ଚାଷ ଜମିରୁ ପୋଡା ନରକଙ୍କାଳ ମିଳିବା ଘଟଣା, ମୃତ ଯୁବତୀଙ୍କ ସ୍କେଚ୍ ଜାରି: ଚିହ୍ନିଲେ ମିଳିବ ପୁରସ୍କାର

ଟିଟଲାଗଡ ୧୮/୦୬: ମୃତ ଯୁବତୀଙ୍କ ସ୍କେଚ୍ ଜାରି ସହ ପୁରସ୍କାର ରାଶି ଘୋଷଣା କଲା ବଲାଙ୍ଗିର ଜିଲ୍ଲା ପୋଲିସ। ୨୦୨୧ ମସିହା ଫେବ୍ରୁଆରୀ ୨୩ ତାରିଖ ଦିନ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ନିକଟସ୍ଥ ଜାତୀୟ ରାଜପଥ ୨୬କଡକୁ ଲାଗି ରହିଥିବା ଏକ ଚାଷ ଜମିର ପୋଡା ପାଳ ଗଦାରୁ ସଂପୂର୍ଣ୍ଣ ପୋଡିଯାଇଥିବା ନର କଙ୍କାଳ ମିଳିଥିଲା । ପାରିପାର୍ଶ୍ଵିକ ଦୃଶ୍ୟ ଦେଖି ତାହା ଜଣେ ମହିଳାଙ୍କ ବୋଲି କୁହାଯାଇଥିଲା । କାରଣ ସେ ଜାଗାରୁ ୧୪ଟି ଚୁଡି ଓ ହଳେ ପାଉଁଜି ମିଳିଥିଲା । ଏବେ କିନ୍ତୁ ଏ ଘଟଣାକୁ ସଇଁନ୍ତଲା ପୋଲିସ ଗୁରୁତର ସହ ନେଇ ମୃତ ମହିଳାଙ୍କ ସ୍କେଚ୍ ଜାରି କରିଛି । ମୃତ ମହିଳାଙ୍କ ବୟସ ପାଖାପାଖି ୧୮ ରୁ ୨୫ ବର୍ଷ ହୋଇଥିବା କୁହାଯାଇଛି । ଏହି ସ୍କେଚ୍ କୁ ଯିଏ ଚିହ୍ନଟ କରିବ ତାଙ୍କୁ ୧୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ଏଥିସହ ସ୍କେଚ୍ ଚିହ୍ନଟ କରିଥିବା ବ୍ୟକ୍ତିଙ୍କ ନାଁ ଗୋପନ ରଖାଯିବ ବୋଲି ବଲାଙ୍ଗିର ଜିଲ୍ଲା ପୋଲିସ ତରଫରୁ ପୋଷ୍ଟର ମାଧ୍ୟମରେ ସୂଚନା ଦିଆଯାଇଛି

Leave A Reply

Your email address will not be published.