ବିହାରରେ ଥମୁନି ‘ଅଗ୍ନିପଥ’ ହିଂସା : ବସ୍ ଓ ଟ୍ରକ୍ ଜାଳିଲେ ବିକ୍ଷୋଭକାରୀ

ନୂଆଦିଲ୍ଲୀ ୧୮/୦୬: ବିହାରରେ ଅଗ୍ନିପଥ ଯୋଜନାକୁ ନେଇ ହିଂସା ଥମିବାର ନାଁ ନେଉନାହିଁ । ଶୁକ୍ରବାର ବିକ୍ଷୋଭକାରୀମାନେ ୩ରୁ ଅଧିକ ଟ୍ରେନରେ ନିଆଁ ଲଗାଇବା ସହ ଷ୍ଟେସନରେ ଭଙ୍ଗାରୁଜା କରିଥିଲେ । ଶନିବାର ମଧ୍ୟ ଯୁବକମାନେ ଜହାନାବାଦରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଜାହାନାବାଦ ଜିଲ୍ଲାର ଟେହଟାରେ ବିକ୍ଷୋଭକାରୀ ଏକ ଟ୍ରକ୍ ଓ ବସରେ ନିଆଁ ଲଗାଇ ଦେଇଛନ୍ତି । ଏହି ଘଟଣା ଟେହଟା ଆଉଟ୍ ପୋଷ୍ଟ ନିକଟରେ ଘଟିଛି । ବିକ୍ଷୋଭକାରୀମାନେ ବିଭିନ୍ନ ସ୍ଥାନରେ ପଥର ମାଡ ମଧ୍ୟ କରିଛନ୍ତି । ଖବର ପାଇ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଁଚିଛନ୍ତି । ବିହାରର ୧୨ ଜିଲ୍ଲାରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ କରି ଦିଆଯାଇଛି । ହରିୟାଣାର ଏକ ଜିଲ୍ଲାରେ ଇଣ୍ଟରନେଟ୍ ସହ ଏସଏମଏସ ସେବା ବି ବନ୍ଦ କରାଯାଇଛି । ଏହାମଧ୍ୟରେ ବିହାରର ବିଭିନ୍ନ ଛାତ୍ର ସଙ୍ଗଠନ ଶନିବାର ରାଜ୍ୟରେ ବନ୍ଦ ଡାକରା ଦେଇଛନ୍ତି । ବନ୍ଦକୁ ଆରଜେଡି, ଏଚଏଏମ୍ ଓ ଭିଆଇପି ଦଳ ସମର୍ଥନ କରିଛନ୍ତି ।

Leave A Reply

Your email address will not be published.