ଅପରାହ୍ନରେ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ, ୨ ଦିନର ରହଣୀ ପରେ କରିବେ ବିଦେଶ ଗସ୍ତ

ଭୁବନେଶ୍ୱର ୧୮।୦୬ : ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ । ସାଢ଼େ ଗୋଟାଏରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶନିବାର ଦିଲ୍ଲୀରେ ୨ ଦିନର ରହଣୀ ପରେ ବିଦେଶ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ତେବେ ମିଳିଥିବା ତଥ୍ୟଅନୁଯାୟୀ, ୨୦ ତାରିଖ ଦିନ ଭୋର ୪ଟାରେ ଦିଲ୍ଲୀରୁ ରୋମ୍ ଅଭିମୁଖେ ଉଡାଣ ଭରିବେ।  ରୋମରେ ଜାତିସଂଘ ଖାଦ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ଓଡିଶା ଖାଦ୍ୟ ନିରାପତ୍ତାର ସଫଳତା କାହାଣୀ ଉପସ୍ଥାପନ କରିବେ । ଏହାବାଦ୍‌ ଆଉ କିଛି କାର୍ଯ୍ୟକ୍ରମରେ ଯୋଗଦେଇପାରନ୍ତି । ସେହିପରି ୨୬ ତାରିଖ ଅପରାହ୍ନରେ ଦୁବାଇ ଯାତ୍ରା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୁବାଇରେ ନିବେଶକ ସମ୍ମିଳନୀରେ ଯୋଗଦେବେ । ଏହି କାର୍ଯ୍ୟକ୍ରମରେ  ନିବେଶକଙ୍କୁ ଓଡିଶା ପୁଞ୍ଜି ନିବେଶ ପାଇଁ ଆମନ୍ତ୍ରଣ କରିବେ ।  ଏହାପରେ ୩୦ ତାରିଖ ଦିନ ଅପରାହ୍ନରେ ଦିଲ୍ଲୀ ଫେରିବେ ନବୀନ। ସେହିଦିନ ଦିଲ୍ଲୀରୁ ରାତି ସାଢ଼େ ୯ଟାରେ ବାହାରି ରାତି ସାଢ଼େ ୧୧ ଟାରେ ଭୁବନେଶ୍ୱର ପହଞ୍ଚିବେ।ତେବେ ଜୁଲାଇ ୨ରୁ ବିଧାନସଭା ଅଧିବେଶନ ଥିବାରୁ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତ ସାରି ଓଡିଶା ଫେରିଆସିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.