‘ଟିମ୍ ଇଣ୍ଡିଆ ପ୍ଲେୟାର୍ ସ୍ୱାର୍ଥପର, ଚିପ୍ସ ପାଇଁ ସିରିଜକୁ ବିପଦରେ ପକାଇଥିଲେ’ : କାହିଁକି ଏପରି କହିଲେ ଟିମ୍ ପେନ୍ ?

ନୂଆଦିଲ୍ଲୀ ୧୮/୦୬: ୨୦୨୦-୨୧ରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ୍ ସିରିଜ୍ ଜିତିଥିଲା । ଯାହା ସମସ୍ତଙ୍କ ପାଇଁ ଏକ ଐତିହାସିକ ସମୟ ଥିଲା । ନିକଟରେ ଏହି ସିରିଜକୁ ନେଇ ଏକ ଓ୍ୱେବ୍ ସିରିଜ୍ ଆସିଛି । ଯେଉଁଥିରେ ସିରିଜ୍ ପଛର କାହାଣୀ ବାବଦରେ ଅନେକ କଥା କୁହାଯାଇଛି । ସିରିଜକୁ ନେଇ ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପେନ୍ ଏକ ବଡ କଥା କହିଛନ୍ତି । ଭାରତୀୟ ଦଳର କିଛି ଖେଳାଳି ଅଧିକ ସ୍ୱାର୍ଥପର ଓ ସେମାନଙ୍କ ପାଇଁ ପୁରା ସିରିଜ୍ ବିପଦରେ ଥିଲା ବୋଲି ସେ କହିଛନ୍ତି । ସୂଚନାନୁସାରେ, ସୋସିଆଲ ମିଡିଆରେ ସିରିଜକୁ ନେଇ ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ରୋହିତ ଶର୍ମା, ଋଷଭ ପନ୍ତ, ଶୁଭମନ ଗିଲ୍, ପୃଥ୍ୱୀ ଶ ଓ ନବଦୀପ ସୈନୀ ଉପସ୍ଥିତ ଅଛନ୍ତି । ସେମାନେ ଏକ ରେଷ୍ଟୁରାଣ୍ଟରେ ବସି ମଜା ମସ୍ତି କରୁଛନ୍ତି । ଏହି ଭିଡିଓକୁ ନେଇ ଟିମ୍ ପେନ୍ କହିଛନ୍ତି ଯେ, ଭାରତୀୟ ଦଳର ଚାରି-ପାଞ୍ଚ ଜଣ ପୁରା ସିରିଜକୁ ବିପଦରେ ପକାଇଥିଲେ । କେବଳ ଚିପ୍ସ ଓ ମସ୍ତି ମଜା ପାଇଁ ସେମାନେ ଏପରି କରିଥିଲେ ।  ସେମାନେ ସ୍ୱାର୍ଥପର ବୋଲି ମନେହୁଏ । ଏ ଘଟଣାକୁ ନେଇ ପ୍ୟାଟ୍ କମିନ୍ସ ମଧ୍ୟ କହିଛନ୍ତି ଯେ, ସେମାନେ ଭାରତୀୟ ଖେଳାଳିଙ୍କୁ ଦେଖି ଚିନ୍ତିତ ହୋଇଯାଇଥିଲେ । ଅନେକ ପ୍ଲେୟାର ନିଜକୁ ସୁରକ୍ଷିତ ଭାବିନଥିଲେ । ଅନେକ ଖେଳାଳି ଖ୍ରୀଷ୍ଟମାସରେ ମଧ୍ୟ ପରିବାର ସହ ପାର୍ଟି କରୁଥିଲେ । ଏଙାଦ୍ୱାରା ବାୟୋ ବବଲ ଓ କରୋନା ନିୟମ ଉଲ୍ଲଙ୍ଘନ ହୋଇଥିଲା । ସେତେବେଳେ ଏକଥା ଅଷ୍ଟ୍ରେଲିଆ ଟିମକୁ ଦୁଖୀ ଦେଇଥିଲା ।

Leave A Reply

Your email address will not be published.