ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହେଲା କାର: ମହିଳା ମୃତ, ତିନି ଗୁରୁତର

ଜଳେଶ୍ୱର ୨୦/୦୬: ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ଗାନ୍ଧିଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘଟଣା ସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ ଆଜି ସକାଳେ ୬ ଜଣ ଯାତ୍ରୀଙ୍କୁ ନେଇ କଲିକତାରୁ ଭୂବନେଶ୍ୱର ଅଭିମୁଖେ ଯାଉଥିବା କାରଟି ଗାନ୍ଧିଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଆଲୁମିନିୟମ ସେଫ୍ଟି ବାଡ଼କୁ ଧକ୍କା ଦେଇଥିଲା । ଗାଡିର ଗତି ପ୍ରଖର ଥିବାରୁ ସେଫ୍ଟି ଆଙ୍ଗେଲ ଭାଙ୍ଗି କାରଟି ଭିତରେ ପଶିଯାଇଥିଲା । ଫଳରେ ସେଫ୍ଟି ଆଙ୍ଗେଲରେ ଚାପି ହୋଇ ଘଟଣା ସ୍ଥଳରେ ଜଣେ ମହିଳା ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଲେଶ୍ଵର ମେଡିକାଲ ସ୍ଥାନାନ୍ତର କରାଯାଇଛି । ଖବର ପାଇ ବସ୍ତା ପୋଲିସ, ଅଗ୍ନିଶମ ବିଭାଗ ଏବଂ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Leave A Reply

Your email address will not be published.