ଜଗନ୍ନାଥ ପ୍ରେମୀଙ୍କ ଭକ୍ତିକୁ କୁଠାରଘାତ, ଇସ୍କନ ଜାରି କଲା ମହାପ୍ରଭୁଙ୍କ ଅନବସରର ବ୍ୟଙ୍ଗ ଚିତ୍ର

ପୁରୀ,୨୦/୦୬: ମହାପ୍ରଭୁଙ୍କ ଅନବସର ନେଇ ଇସ୍କନ ପକ୍ଷରୁ ଜାରି ହୋଇଥିବା ଏକ ବ୍ୟଙ୍ଗଚିତ୍ରକୁ ଶ୍ରୀମନ୍ଦିର ସେବାୟତମାନେ ବିରୋଧ କରିଛନ୍ତି । ଏହି ଚିତ୍ରରେ ମହାପ୍ରଭୁଙ୍କୁ ଅଟହାସ୍ୟ କରିବା ଭଳି ଦୃଶ୍ୟ ରହିଛି । ଏହି ଆପତ୍ତିଜନକ ଚିତ୍ର ସାମାଜିକ ଗଣମାଧ୍ୟମରେ ପୋଷ୍ଟିଂ ହୋଇଛି । ଏହା ଦେଖିବା ପରେ ପ୍ରତିହାରୀ ସେବାୟତ ଦାମ ପ୍ରତିହାରୀଙ୍କ ସମେତ ଅନ୍ୟ ସେବାୟତମାନେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ, ରାଜ୍ୟ ୫-ଟି ସଚିବଙ୍କୁ ବ୍ୟଙ୍ଗ ଚିତ୍ରଟିକୁ ଟୁଇଟ୍‌ କରିବା ସହ ପ୍ରତିବାଦ କରିଛନ୍ତି । ଟୁଇଟ୍‌ରେ ଏଭଳି ପୋଷ୍ଟିଂ କରିଥିବା ଇସ୍କନ ସଂଗଠନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.