ଅଗ୍ନିବୀରଙ୍କୁ ନିଯୁକ୍ତି ଦେବ ମହିନ୍ଦ୍ରା ଗ୍ରୁପ୍ : ବଡ ଘୋଷଣା କଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ, ୨୦/୦୬ : ମହିନ୍ଦ୍ରା ଗ୍ରୁପର ବଡ ଅଫର୍ । ଅଗ୍ନିବୀରଙ୍କୁ ମହିନ୍ଦ୍ରା ଗ୍ରୁପ୍‌ରେ ମିଳିବ ନିଯୁକ୍ତି। ଅବସର ପରେ ଅଗ୍ନିବୀରଙ୍କୁ ମହିନ୍ଦ୍ରା ଗ୍ରୁପ୍‌ରେ କାମ କରିବାକୁ ସୁଯୋଗ। ଶୃଙ୍ଖଳିତ ଓ କୁଶଳୀ ଅଗ୍ନିବୀରଙ୍କୁ ମିଳିବ ନିଯୁକ୍ତି ବୋଲି କହିଛି ମହିନ୍ଦ୍ର ଗ୍ରୁପ୍। କେନ୍ଦ୍ର ସରକାରଙ୍କ ଯୋଜନାକୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ ଟ୍ଵିଟ୍ କରି ଏପରି ଘୋଷଣା କରିଛନ୍ତି ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା। ଆନନ୍ଦ ମହିନ୍ଦ୍ରା କହିଛନ୍ତି ଯେ, ଅଗ୍ନିପଥ ଯୋଜନା ଲାଗୁ ହେବା ପରେ ଯେଉଁଭଳି ଭାବରେ ହିଂସା ପ୍ରଦର୍ଶନ ହେଉଛି ତାହା ଅତ୍ୟନ୍ତ ନୈରାଶ୍ୟଜନକ। ଅଗ୍ନିବୀରଙ୍କୁ ଯେଉଁ ଅନୁଶାସନ ଏବଂ କୌଶଳ ମିଳିବ ତାହା ସେମାନଙ୍କୁ ଉଲ୍ଲେଖନୀୟ ରୂପରେ ରୋଜଗାରକ୍ଷମ କରିବାରେ ସହାୟକ ହେବ। ଗତ ବର୍ଷ ଏହି ଯୋଜନା ବିଷୟରେ ଯେତେବେଳେ ଆଲୋଚନା ପର୍ଯ୍ୟାଲୋଚନ ଚାଲିଥିଲା ସେହି ସମୟରେ ସେ ମଧ୍ୟ ଏକଥା କହିଥିଲେ। ମହିନ୍ଦ୍ରା ଗ୍ରୁପ୍ ଏହିଭଳି ପ୍ରଶିକ୍ଷିତ, ସକ୍ଷମ ଯୁବକଙ୍କୁ ନିଯୁକ୍ତି ଦେବାକୁ ସୁଯୋଗ ଦେବ। ତେବେ ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ମହିନ୍ଦ୍ରା ଗ୍ରୁପ୍‌ରେ ଆଡମିନିଷ୍ଟ୍ରେସନ୍, ସପ୍ଲାଇ ଚେନ୍ ଏବଂ ମ୍ୟାନେଜମେଣ୍ଟରେ ନିଯୁକ୍ତି ସୁଯୋଗ ମିଳିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.