ଭିଜିଲାନ୍ସ ପଞ୍ଝାରେ ସିଏସ୍ଓ, ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ

ଖଲ୍ଲିକୋଟ ୨୦।୦୬: ଭିଜିଲାନ୍ସ ଜାଲରେ ସିଏସ୍ଓ । ଖାଦ୍ୟ ଓ ଯୋଗାଣ ବିଭାଗର ସିଏସ୍‌ଓ ଅନାଦି ଚରଣ ସେଠୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ ଚାଲିଛି । ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ । ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖାଦ୍ୟ ଓ ଯୋଗାଣ ବିଭାଗ ସିଏସଓ ଅନାଦି ଚରଣ ସେଠୀ ଘରେ ରେଡ୍‌ କରୁଛି ଭିଜିଲାନ୍ସ । ଏକାସାଙ୍ଗେ ଅନାଦିଙ୍କ ଅଫିସ ଓ ଘରେ ଭିଜିଲାନ୍ସର  ପକ୍ଷରୁ ରେଡ୍‌ ଚାଲିଛି । ତେବେ ରେଡ୍‌ ହେଉଥିବା ସ୍ଥାନମାନଙ୍କ ମଧ୍ୟରେ ବ୍ରହ୍ମପୁର, ବାଲେଶ୍ବର, ଭୁବନେଶ୍ବର ଓ ଛତ୍ରପୁରର ଦୁଇଟି ସ୍ଥାନରେ ରହିଛି ।ଏପିରିକି  ଛତ୍ରପୁର ସ୍ଥିତ ରାମନଗର ପ୍ରଥମ ଲାଇନ ବାସଭବନ ଓ ଭଡା ଦେଇଥିବା ଦୋକାନ ଘରେ ମଧ୍ୟ ଚଢ଼ାଉ  ଚାଲିଛି । ତେବେ ଏବେ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ । ଚଢାଉ ଶେଷ ହେବା ପରେ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ଦିଆଯିବ ବୋଲି ସୂଚନା ମିଳିଛି । ବ୍ରହ୍ମପୁର ସ୍ପେଶାଲ ଭିଜିଲାନ୍ସ ଜଜଙ୍କ ୱାରେଣ୍ଟ ବଳରେ ଚାଲିଛି ଚଢାଉ । ଏହି ଚଢାଉରେ ୪ ଜଣ ଡିଏସ୍‌ପି, ୮ ଜଣ ଇନସ୍ପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ।

Leave A Reply

Your email address will not be published.