ଜନ୍ମପରେ ନବଜାତକକୁ ଫୋପାଡିଦେଲେ, ନାଳରୁ ଉଦ୍ଧାର ହେଲା ଶିଶୁ ପୁତ୍ର

ଯାଜପୁର ୨୦/୦୬: ନାଳରୁ ଉଦ୍ଧାର ହେଲା ନବଜାତ ଶିଶୁ ପୁତ୍ର। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁକିନ୍ଦା ବ୍ଲକ ଅନ୍ତର୍ଗତ ଉଦୟପୁର ଗାଁରେ । ସୁଚାନୁଯାୟୀ ଆଜି ସକାଳ ସମୟରେ ଗ୍ରାମର କିଛି ମହିଳା ସେହିବାଟ ଦେଇ ଯାଉଥିବା ବେଳେ ଶିଶୁଟି ନାଳରେ ପଡିଥିବା ଦେଖିଥିଲେ । ମହିଳା ମାନେ ସଙ୍ଗେ ସଙ୍ଗେ ଶିଶୁଟିକୁ ଉଦ୍ଧାର କରିଥିଲେ । ବର୍ତ୍ତମାନ ସେ ସୁସ୍ଥ ଥିବା ମଧ୍ୟ ଜଣାପଡିଛି । ତେବେ ଏହି ଶିଶୁଟି କାହାର ଏବଂ କିଏ ଏଭଳି ଅବସ୍ଥାରେ ତାକୁ ଫୋପାଡ଼ି ଦେଇଛି ତାହା ଏଯାଏଁ ସ୍ପଷ୍ଟ ହୋଇ ନାହିଁ । ଅନ୍ୟପଟେ ନବଜାତ ଶିଶୁଟି ବର୍ତ୍ତମାନ ଗ୍ରାମବାସୀଙ୍କ ହେପାଜତରେ ଥିବା ବେଳେ ତାର ସୁରକ୍ଷା ପାଇଁ ଜିଲ୍ଳା ପ୍ରଶାସନକୁ ନିବେଦନ କରିଛନ୍ତି ଗ୍ରାମବାସୀ ।

Leave A Reply

Your email address will not be published.