ପାଗ ଅନୁକୂଳ ଥିଲେ ବି ଆଗକୁ ବଢୁନି ମୌସୁମୀ : ସୋମବାର ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ ୨୦/୦୬: ଆଜି ୬ ଜିଲ୍ଲାରେ ପ୍ରବଳ ବର୍ଷିବ । କନ୍ଧମାଳ, ଗଞ୍ଜାମ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ ଓ କଟକ ଜିଲ୍ଲାରେ ଅଧିକ ବର୍ଷା ହେବ । ସେହିଭଳି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ଜାରି କରିଛି । ଆସନ୍ତା ୫ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେପଟେ ମୌସୁମୀ ଆଗକୁ ବଢ଼ିବାର ନାଁ ନେଉନି । ଗତ ୪ ଦିନ ହେବ ଏହା ଦକ୍ଷିଣ ଓଡ଼ିଶାରେ ଆଂଶିକ ପ୍ରବେଶ କରିଛି । ମାତ୍ର ୬ଟି ଜିଲ୍ଲାକୁ ଛୁଇଁଛି । ହେଲେ ସେବେଠାରୁ ସେଇଠି ଅଟକିଯାଇଛି । ମୌସୁମୀ ଆଗକୁ ଯିବାକୁ ପାଗ ଅନୁକୂଳ ଥିଲେ ବି ଆଗକୁ ବଢୁନି । ମୌସୁମୀ ଦକ୍ଷିଣ ଓଡ଼ିଶାକୁ ଆଂଶିକ ସ୍ପର୍ଶ କରିଥିଲେ ବି ଏଠାରେ ରବିବାର ବର୍ଷା ଦେଖିବାକୁ ମିଳିନି । ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ଗଜପତି, ଗଞ୍ଜାମ ଜିଲ୍ଲାରେ ଆଦୌ ବର୍ଷା ହୋଇନି । କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ସାମାନ୍ୟ ବର୍ଷିଛି । ପୁରୀ ଜିଲ୍ଲାରେ ବି ବର୍ଷା ହୋଇନି ।

Leave A Reply

Your email address will not be published.