ଜ୍ବରରେ ପୀଡ଼ିତ ଶ୍ରୀଜିଉଙ୍କ ଚାଲିଛି ଗୁପ୍ତ ଉପଚାର, ଫୁଲୁରୀ ତେଲ ଲାଗି ପରେ ଆଜି ମହାପ୍ରଭୁଙ୍କ ଓଷ ଲାଗି ନୀତି

ପୁରୀ ୨୦।୦୬ : ଅଣସର ଘରେ ଥିବା ମହାପ୍ରଭୁଙ୍କ ଚାଲିଛି ଗୁପ୍ତ ଉପଚାର। ଅନବସରର ଷଷ୍ଠ ଦିନରେ ଆଜି ମହାପ୍ରଭୁଙ୍କୁ ଓଷ ବା ଔଷଧ ଲାଗି କରାଯିବ। ଏହା ଆସନ୍ତା ୩ ଦିନ ଧରି ଚାଲିବ। ଖବର ଅନୁଯାୟୀ, ରବିବାର ଦିନ ଅନବସର ପଞ୍ଚମୀ ତିଥିରେ ଶ୍ରୀବିଗ୍ରହଙ୍କୁ ଫୁଲୁରି ତେଲ ଲାଗି କରାଯାଇଥିଲା। ଫୁଲୁରୀ ତେଲ ଏବଂ ଓଷ ଲାଗି ପରେ ଜ୍ବରରେ ପୀଡିତ ଥିବା ମହାପ୍ରଭୁ ସୁସ୍ଥ ହୋଇଥାନ୍ତି। ଶ୍ରୀମନ୍ଦିର ରାଜବୈଦ୍ୟଙ୍କ ପରାମର୍ଶ କ୍ରମେ ପ୍ରଭୁଙ୍କ ଆୟୁର୍ବେଦ ପଦ୍ଧତିରେ ଚିକିତ୍ସା କରାଯାଇଥାଏ। ଘନ ଅନ୍ଧକାର ମଧ୍ୟରେ ମହାପ୍ରଭୁଙ୍କ ଏହି ଅନବସର ଗୁପ୍ତ ଚିକିତ୍ସା କରାଯାଇଥାଏ।

Leave A Reply

Your email address will not be published.