ଆସାମରେ ବନ୍ୟା ବିଭୀଷିକା : ୪୨ ଲକ୍ଷରୁ ଅଧିକ ପ୍ରଭାବିତ, ୨୪ ଘଣ୍ଟାରେ ଗଲାଣି ୯ ଜୀବନ

ନୂଆଦିଲ୍ଲୀ ୧୯/୦୬: ଆସାମରେ ବନ୍ୟାକୁ ନେଇ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ବନ୍ୟା ପାଇଁ ୩୩ଟି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ୪୨ ଲକ୍ଷ ୨୮ ହଜାର ଲୋକ ପାଣି ଘେରରେ ରହିଛନ୍ତି । ଏପରିକି ମୃତ୍ୟୁସଂଖ୍ୟା ୩୪କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ୩ ଶିଶୁଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କୁହାଯାଉଛି ଯେ, ବନ୍ୟା ପାଣିରେ ବୁଡି ୬ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୩ ଜଣ ଭୂସ୍ଖଳନରେ ପ୍ରାଣ ହରାଇଛନ୍ତି । କଛାର ଜିଲ୍ଲାରେ ୩, ବାରପେଟାରେ ଦୁଇଜଣ ପ୍ରାଣ ହରାଇଥିବା ବେଳେ ବଜଲୀ, କାମରୂପ, କରୀମଗଞ୍ଜ, ଉଦଲଗୁରୀରେ ଜଣେ ଲଖାଏଁ ବ୍ୟକ୍ତିଙ୍କ ଜୀବନ ଯାଇଛି ।

Leave A Reply

Your email address will not be published.