ମହାରାଷ୍ଟ୍ର ରାଜନୀତି : ଭାଙ୍ଗିଗଲା କି ଶିବସେନା ? ଆସାମରେ ପହଞ୍ଚି ଏକନାଥ ସିନ୍ଦେ କହିଲେ ‘ମୋ ସହ ୪୦ ବିଧାୟକ

ମୁମ୍ବାଇ ୨୨।୦୬ : ବଢୁଛି ସସ୍‌ପେନ୍ସ, ଟଳମଳ ଉଦ୍ଧବ ସରକାର।  ଶିବସେନା, କଂଗ୍ରେସ ଏବଂ ଏନସିପି ମେଣ୍ଟ- ମହାରାଷ୍ଟ୍ରମହା ବିକାଶ ଅଘାଡି ସରକାର ଉପରେ ସଙ୍କଟ ଘନେଇ ଆସିଛି । ମହାରାଷ୍ଟ୍ର ରାଜନୀତି ହଟଚମଟର ଚେର ଗୁଜରାଟରୁ ଯାଇ ଆସାମରେ ପହଞ୍ଚିଲାଣି । ଉଦ୍ଧବ ସରକାରର ମନ୍ତ୍ରୀ ଏକନାଥ ସିନ୍ଦେ ୪୦ରୁ ଅଧିକ ବିଧାୟକଙ୍କୁ ନେଇ ସୁରତ ଚାଲିଯାଇଛନ୍ତି । ଏହାରି ଭିତରେ ଏକନାତ ସିନ୍ଧେଙ୍କ ସହ ସମସ୍ତ ବିଧାୟକ ସୁରଟରୁ ଯାଇ ଗୌହାଟିରେ ପହଞ୍ଚିଛନ୍ତି ।ସେପଟେ ଉଦ୍ଧବ ଠାକରେଙ୍କ ସହ ଏକନାଥ ସିନ୍ଧେଙ୍କ ସର୍ତ୍ତ ରଖିଛନ୍ତି । ବିଜେପି ସହ ମେଣ୍ଟ କଲେ ପାର୍ଟି ଭାଙ୍ଗିବନି । ଏଥିସହ ଏକନାଥ କହିଛନ୍ତି,  ସେ ବାଲାସାହେବ ଠାକେରଙ୍କ ଦଳ ଶିବସେନାଙ୍କ ସହ ଅଛନ୍ତି । ଏପଟେ ଘଟଣାକୁ ନେଇ ଆଜି ଦିନ ଗୋଟାଏରେ ମହାରାଷ୍ଟ୍ର କ୍ୟାବିନେଟ ବୈଠକ ଡାକିଛନ୍ତି ଉଦ୍ଧବ ଠାକରେ ।  କଂଗ୍ରେସ ଏବଂ ଏନସିପି ସହ ମେଣ୍ଟ ଭାଙ୍ଗି ବିଜେପି ସହ ମେଣ୍ଟ କରିବାକୁ ସର୍ତ୍ତ ରଖିଛନ୍ତି । ଏପରିକି ଏକନାଥ ସିନ୍ଦେ ନିଜେ ମୁଖ୍ୟମନ୍ତ୍ରୀ ଆସନ ଉପରେ ଆଖି ପକାଇଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଏନେଇ ସିନ୍ଦେ, ୩ ବିଧାୟକଙ୍କୁ ମାତୋଶ୍ରୀ ପଠାଇଥିଲେ । ସେଠାରେ କଣ ଆଲୋଚନା ହୋଇଥିଲା ତାହା ସାମ୍ନାକୁ ଆସିନାହିଁ । ଏକନାଥ ସିନ୍ଦେଙ୍କ ବିଦ୍ରୋହ ପଛରେ ବିଜେପିର ହାତ ଥିବା ଅଭିଯୋଗ କରିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ। ସିନ୍ଦେଙ୍କ ସହ ଶିବସେନା ପ୍ରତିନିଧି ଆଲୋଚନା କରୁଛନ୍ତି । ବିଦ୍ରୋହୀ ବିଧାୟକଙ୍କ ସହ ଆମେ ସମ୍ପର୍କ କରୁଛୁ । ଖୁବ୍ ଶୀଘ୍ର ସେମାନେ ମହାରାଷ୍ଟ୍ର ଫେରିବେ ବୋଲି ସଞ୍ଜୟ ରାଉତ କହିଛନ୍ତି । ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କୁ ବିଧାୟକ ଦଳ ନେତା ପଦରୁ ହଟାଇ ଦେଇଛି ଶିବସେନା । ପାର୍ଟିର ଆକ୍ସନ ପରେ ଏକନାଥ ସିନ୍ଦେ କହିଛନ୍ତି- ଆମେ ସଚ୍ଚା ଶିବ ସୈନିକ, ସତ୍ତା ପାଇଁ ଧୋକା ଦେବୁନାହିଁ । ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ର ବିଧାନସଭାରେ ମୋଟ ଆସନ ସଂଖ୍ୟା ୨୮୮ । ବିଜେପି ପାଖରେ ୧୦୬ ଆସନ ରହିଛି ଯେତବେଳେ କି ମେଣ୍ଟ ସରକାର ପାଖରେ ଅଛି ଶିବସେନାର ୫୬, କଂଗ୍ରେସର ୪୪, ଏନସିପିର ୫୩ ବିଧାୟକ । ଯଦି ବିଦ୍ରୋହୀ ବିଧାୟକ ସିନ୍ଧେ ୪୦ ବିଧାୟକଙ୍କ ସହ ଦଳ ଛାଡି ବିଜେପିରେ ସାମିଲ ହେଉଛନ୍ତି ତେବେ ମେଣ୍ଟ ସରକାର ବହୁମତ ହରାଇ କ୍ଷମତାଚ୍ୟୁତ ହୋଇଯିବ । ଏସବୁ ଘଟଣା କ୍ରମକୁ ନେଇ ମହାରାଷ୍ଟ୍ର ରାଜନୀତିରେ ହଲଚଲ ଆରମ୍ଭ ହୋଇ ଯାଇଛି ।

Leave A Reply

Your email address will not be published.