ଓଡିଶାରୁ ବଙ୍ଗକୁ ହେଉଥିଲା ଗୋ-ଚାଲାଣ, ତିନି ଗୋରୁ ବୋଝେଇ ଟ୍ରକ ଜବତ ଓ ୬ ଅଟକ

ଜଳେଶ୍ୱର ୨୨/୦୬: ଓଡିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରା ଚାଲାଣ ବେଳେ ପୋଲିସ ଦ୍ୱାରା ତିନି ଗୋରୁ ବୋଝେଇ ଟ୍ରକ ଜବତ ୬ଅଟକ । ପୋଲିସର ତଦନ୍ତ ଜାରି ସୂଚନା ଅନୁଯାୟୀ ପ୍ରତେକ ଦିନ ଓଡିଶାରୁ ପଶ୍ଚିମବଙ୍ଗକୁ ୬୦ନ ଜାତୀୟ ରାଜପଥ ଦେଇ ଶହ ଶହ ଗୋରୁ ଟ୍ରକ ସାହାଯ୍ୟରେ ଦଲାଲ ମାନଙ୍କ ଦ୍ୱାରା ଚୋରା ଚାଲାଣ ହେଉଛି । ଏହାକୁ ରୋକ୍ ଲଗାଇବାପାଇଁ ବାଲେଶ୍ଵର ଜିଲ୍ଲା ପୋଲିସ ବାରମ୍ବାର ଚେଷ୍ଟା କରୁଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନଥିବାର ଦେଖିବାକୁ ମିଳିଛି । ତେବେ ଆଜି ସକାଳ ସମୟରେ ଟ୍ରକଟି ୬୦ରୁ ଅଧିକ ଗୋରୁକୁ ବୋଝେଇ କରି ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରୁଥିଲା ବେଳେ ରାଜଘାଟ ନାକା ପଏଣ୍ଟ ନିକଟରୁ ଜଳେଶ୍ୱର ପୋଲିସ ମାଡିବସିଥିଲା ।ଫଳରେ ଗୋରୁ ଗାଡି ଜବତ କରିବା ସହିତ ଡ୍ରାଇଭର ସହିତ ୩ଗୋରୁ ବେପାରୀଙ୍କୁ ଅଟକ ରଖିଛି । ଅନ୍ୟ ୨ ଗୋରୁ ବୋଝେଇ ଟ୍ରକ ସନ୍ତୋଷ ପୁରା ଠାରେ ଥିବା ଅନଲୋଡ଼ କରୁଥିବା ବେଳେ ବସ୍ତା ପୋଲିସ ଘଟଣା ସ୍ଥଳରେ ପହଁଚି ଟ୍ରକ ଦୁଇଟିକୁ ଜବତ କରିବା ସହିତ ୩ଜଣ ଗୋରୁ ବେପାରୀକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.