ରାଜସ୍ଥାନରେ ଲଜ୍ଜା : ତିନି ପିଲାର ମାଙ୍କ ସହ ଗଣଦୁଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ଅଟୋ ଡ୍ରାଇଭର ଏବଂ ୩ ସାଥୀ ଫେରାର

ଜୟପୁର ୨୨।୦୬ : ରାଜସ୍ଥାନ ଉଦୟପୁରରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ ତଥା ତିନି ପିଲାଙ୍କର ମାଆଙ୍କ ସହ ଗଣଦୁଷ୍କର୍ମ ହୋଇଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅଟୋ ଡ୍ରାଇଭର ଓ ତାଙ୍କର ୩ ଜଣ ସାଥୀ ସାମିଲ ଥିବା ସୂଚନା ମିଳିଛି । ଏବେବି ସମସ୍ତ ଅଭିଯୁକ୍ତ ଫେରାର ଅଛନ୍ତି । ସେପଟେ ଆପବିତି ଥାନାରେ ଅଟୋ ଡ୍ରାଇଭର ଓ ତାଙ୍କର  ୩ ଜଣ ସାଥୀଙ୍କ ନାଁରେ ଗଣଦୁଷ୍କର୍ମ ମାମଲାରେ କେସ୍‌ ରୁଜୁ ହୋଇଛି । ଅଭିଯୋଗ ଅନୁସାରେ, ରବିବାର  ସଂଧ୍ୟା ସମୟରେ ମହିଳା ଜଣଙ୍କ ରେତି ଷ୍ଟେଣ୍ଡ ବଜାରରୁ ଆବଶ୍ୟକ ସାମଗ୍ରୀ ନେଇ ଘରକୁ ଫେରୁଥିଲେ । ଷ୍ଟାଣ୍ଡରୁ କିଛି ବାଟ ଯିବା ପରେ ଜଣେ ଯୁବକ ଅଟୋ ନେଇ ଆସିଲେ । ଏବଂ ଅଟୋ ଯିବା ପାଇଁ ମହିଳାଙ୍କ ଡାକିଲେ । ମହିଳା ଜଣଙ୍କ ଅଟୋ ବସି ଯିବା ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଅଟୋ ଡ୍ରାଇଭରକୁ କହିଥିଲେ । କିନ୍ତୁ ସେତେବେଳକୁ ଅଟୋରେ ପୂର୍ବରୁ ୨ଜଣ ବସିଥିଲେ । କିଛି ବାଟ ଯିବା ପରେ ଅଟୋରେ ବସିଥିବା ୨ ଜଣ ଓହ୍ଲାଇପଡିଥିଲେ । ଏହାପରେ ଅଟୋ ଡ୍ରାଇଭର ରାସ୍ତାରେ ଥିବା ଏକ ମଦ ଦୋକାନ ଆଗରେ ରଖିଥିଲେ । ଏବଂ ଫୋନ୍‌ କରି ନିଜର ୩ ଜଣ ସାଙ୍ଗକୁ ଡାକିଥିଲେ । ପରେ ଅଟୋକୁ ଏକ ନିଛାଟିଆ ରାସ୍ତାରେ ନେଇ ରଖିଥିଲେ । ମହିଳା ଜଣଙ୍କ ବିରୋଧ କରିଥିଲେ । କିନ୍ତୁ ମହିଳାଙ୍କୁ ଏକା ଦେଖି ଅଟୋ ଡ୍ରାଇଭର ଓ ତାଙ୍କ ତିନି ଜଣ ସାଥୀ ମିଶି ଗଣଦୁଷ୍କର୍ମ କରିଥିଲେ । ଏପିରିକି ମହିଳାଙ୍କୁ ଜୋରଜବରଦସ୍ତ ମଦ ମଧ୍ୟ ପିଆଇଥିଲେ । କିଛି ସମୟ ପରେ ମହିଳାଙ୍କ ସେହି ନିଛାଟିଆ ରାସ୍ତାରେ ଫିଙ୍ଗି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହାପରେ ପୀଡିତାଜଣଙ୍କ ସବିନା ଥାନାରେ ଗଣଦୁଷ୍କର୍ମ ନେଇ ମାମାଲ ରୁଜୁ କରିଛନ୍ତି । ଅଭିଯୋଗ ପରେ ପୋଲିସ ତନାଘନା ଆରମ୍ଭ କରିଛି । ଜଣେ ଡିଏସ୍‌ପି ପାହ୍ୟା ଅଧିକାରୀଙ୍କୁ ଏହି ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି । ପୀଡିତାଙ୍କ ବୟାନ ରେକର୍ଡ ପରେ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି । ଅନେକ ଦିନ ଧରି ପୀଡିତା ଜଣଙ୍କ ନିଜ ସ୍ୱାମୀ ଓ ୩ ପିଲାଙ୍କ ସହ ସବିନାରେ ରହିଆସୁଛନ୍ତି ।

Leave A Reply

Your email address will not be published.