ଅବକାରୀ ବିଭାଗର ଚଢ଼ାଉ: ବିପୁଳ ପରିମାଣର ମହୁଲପୋଚ, ରନ୍ଧାମଦ ଜବତ, ୪ ଗିରଫ

ପଦ୍ମପୁର ୨୨/୦୬: ପଦ୍ମପୁର ଅବକାରୀ ଥାନା ଅଞ୍ଚଳରେ ରନ୍ଧା ମଦ କାରବାର ବଢୁଥିବା ଖବର ପାଇ ବରଗଡ଼ ଅବକାରୀ ସୁପରିନଟେଣ୍ଡେଟ୍ ପ୍ରଦୀପ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଚଢାଉ । ପଦ୍ମପୁର ଅବକାରୀ ଥାନା ଅଧୀନସ୍ଥ ସମ୍ପିଆ ଠାରେ ବରଗଡ଼ ମୋବାଇଲ ୟୁନିଟ ଓ ପଦ୍ମପୁର ଅବକାରୀ ବିଭାଗ ମିଳିତ ଭାବରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ସମୟରେ ୬୦୦ ମହୁଲପୋଚ ଓ ୧୦୦ ଲିଟର ରନ୍ଧାମଦ ଜବତ କରିବା ସହିତ ସମ୍ପିଆ ଗାଁର ହୄଷିକେଶ ବେହେରା, ଚତୁର୍ଭୁଜ ବେହେରା, ତେଜରାଜ ବେହେରା ଓ ଖଗେଶ୍ବର କାଲୋକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପଦ୍ମପୁର ଅବକାରୀ ଥାନା ଏସଆଇ ଏଚ ଜଗା ରାଓ । ଏହି ଚଢ଼ାଉରେ ମୁକେଶ ବିଶ୍ୱାଳ, ପ୍ରଶାନ୍ତ ବାଗ, ନବବତି ମଲ୍ଲିକ, ସୁବାଶିନୀ ଭୋଇ ଓ ରାକେଶ ସାହୁ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.