କନ୍ଧମାଳ ଜିଲ୍ଲା ଲାଇନପଡା ବରଡ଼ା ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟରେ ପାଳିତ ହୋଇଛି ଯୋଗ ଦିବସ

ଫୁଲବାଣୀ : କରିବା ଯୋଗ ହେବା ନିରୋଗ ଯୋଗ କରିବା ଦ୍ବାରା ଆମେ ତଥା ସମାଜ କେମିତି ନିରୋଗ ହୋଇ ସୁସ୍ଥ ଜିବନ ଯାପନ କରିବ ସେନେଇ ରାଷ୍ଟ୍ରୀୟ ଯୋଗ ଦିବସରେ ସମାଜକୁ ଏକ ବାର୍ତ୍ତା ଦେଇଛନ୍ତି କନ୍ଧମାଳ ଜିଲ୍ଲା ଲାଇନପଡା ବରଡ଼ା ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏଵଂ ସହ ଶିକ୍ଷକ ଗଣ । ଏନେଇ ବରଡ଼ା ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଛି ହୋଇଛି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ/ ସକାଳ ୬ ଟା ୩୦ ମିନିଟ ସମୟରେ ବିଦ୍ୟାଳୟର ପିଇଟି ଶିକ୍ଷକ ସୁଶୀଲ କହଁରଙ୍କ ତତ୍ୱାବଧାନରେ ପ୍ରଧାନ ଶିକ୍ଷକ ସୋମନାଥ ସାହାଣୀ, ଲକ୍ଷ୍ମୀ ନାରାୟଣ ପୁରୋହିତ, ସମୁର୍ତ୍ତୀକାନ୍ତ ମହାର୍ଥ, ଶୁଭେନ୍ଦୁ ସିଂ ଏବଂ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନେ ଯୋଗଦେଇ ଯୋଗ ଦିବସକୁ ପାଳନ କରିବା ସହ ଯୋଗ କଲେ କିପରି ଆମ ଶରୀର ନିରୋଗ ରହିବ ସେ ନେଇ ଜନସମାଜକୁ ଏକ ବାର୍ତା ଦେଇଥିଲେ ।

Leave A Reply

Your email address will not be published.