ହାତୀ ମାରି ବେଫିକର ରେଳବାଇ: ପୁଣି ନୋଟିସ୍‌ ଜାରିକଲା ବନ ବିଭାଗ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାଂଶପାଣିଠାରେ ଟ୍ରେନ୍‌ ଧକ୍କାରେ ତିନିଟି ହାତୀଙ୍କ ମୃତ୍ୟୁ ଘଟିଲା। ଏହି ଘଟଣାରେ ବନ ବିଭାଗ ରେଳବାଇକୁ ପୁଣିଥରେ କାରଣଦର୍ଶାଅ ନୋଟିସ୍‌ ଜାରି କରିଛି। ହେଲେ, ରେଳବାଣ ଅଦ୍ୟାବଧି ଏହାର ଉତ୍ତର ରଖିନଥିବା ଜଣାପଡ଼ିଛି। ବାଂଶପାଣିରେ‌ ଟ୍ରେନ୍‌ ଧକ୍କାରେ ତିନିଟି ହାତୀଙ୍କ ମୃତ୍ୟୁ ଘଟଣାରେ ଆରମ୍ଭରୁ ରେଳବାଇକୁ ଦୋଷ ଦେଉଛି ବନ ବିଭାଗ। ବନ ବିଭାଗର କହିବା କଥା ହେଲା, ମେ ୧୯ ତାରିଖରେ ବାଂଶପାଣି ନିକଟ ବେହେରାହଟିଂରେ ଏକ ହାତୀପଲ ରେଳଧାରଣା ଅତିକ୍ରମ କରୁଥିବା ବେଳେ ଟ୍ରେନ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଏଥିରେ ଗୋଟିଏ ମାଈ ଏବଂ ଦୁଇଟି ଛୁଆହାତୀ ପ୍ରାଣ ହରାଇଥିଲେ। ଏହି ଅଞ୍ଚଳରେ ହାତୀପଲଙ୍କ ଚଳାଚଳ ସମ୍ପର୍କରେ ବହୁପୂର୍ବରୁ ରେଳବାଇକୁ ଅବଗତ କରାଯାଇଥିଲା। ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଟ୍ରେନ୍‌ର ଗତି କମ୍‌ ରଖିବା ସହିତ ଲମ୍ବାହର୍ଣ୍ଣ ଦେବାକୁ ପରାମର୍ଶ ଦିଆଯାଇଥିଲା। ମାତ୍ର ବନ ବିଭାଗର ସତର୍କତାକୁ ରେଳବାଇ ଅନୁସରଣ କରି ନଥିଲା। ଯେଉଁଥିପାଇଁ ତିନିଟି ହାତୀର ମୃତ୍ୟୁ ହେଲା।

Leave A Reply

Your email address will not be published.