‘ରାଲି ଅଫ୍‌ ଚମ୍ବା-୨୦୨୨’ରେ ଓଡ଼ିଆ ପୁଅ ବୈଭବଙ୍କ କମାଲ୍‌,ସର୍ବଭାରତୀୟସ୍ତରରେ ଦ୍ବିତୀୟ

ଭୁବନେଶ୍ବର : ହିମାଚଳ ପ୍ରଦେଶ ପର୍ଯ୍ୟଟନ ବିଭାଗ ପକ୍ଷରୁ ଚମ୍ବା ଠାରେ ଆୟୋଜିତ ଆଡ୍‌ଭେଞ୍ଚର କାର୍‌ ରେସର୍‌ ‘ରାଲି ଅଫ୍‌ ଚମ୍ବା-୨୦୨୨’ରେ ଓଡ଼ିଆ ପୁଅ ବୈଭବ ଚୌଧୁରୀ କମାଲ୍‌ ଦେଖାଇଛନ୍ତି। ଓଡ଼ିଶାରୁ ଭାଗ ନେଇଥିବା ପ୍ରତିଯୋଗୀଙ୍କ ଭିତରେ ଶ୍ରେଷ୍ଠ ଡ୍ରାଇଭର ଭାବେ ସମ୍ମାନିତ ହୋଇଥିବା ବେଳେ ସର୍ବଭାରତୀୟ ସ୍ତରରେ ଦ୍ବିତୀୟ ସ୍ଥାନ ହାସଲ କରିଛନ୍ତି। ହିମାଚଳ ପ୍ରଦେଶ ଠାରେ ଆୟୋଜିତ ଏହି କାର୍‌ ରେସ୍‌ରେ ଥାର୍ଡ କାଟେଗୋରିରେ ଯୋଗ ଦେଇଥିଲେ ବୈଭବ। ମାଇନସ୍‌ ୧୫ ଡିଗ୍ରି ତାପମାତ୍ରାରେ ଚମ୍ବା ଠାରୁ ୧୭୮ କିମି ରାସ୍ତା ପାର ହେବାକୁ ପଡ଼ିଥିଲା ବୈଭବଙ୍କୁ। ହିମାଚଳ ପ୍ରଦେଶର ଏହି ରାସ୍ତା ଅନ୍ୟତମ ବିପଦପୂର୍ଣ୍ଣ ରାସ୍ତା। ପ୍ରତିଯୋଗୀ ମାନେ ଭୂପୃଷ୍ଠ ଠାରୁ ୧୫ହଜାର ଫୁଟ ଉଚ୍ଚରେ କାର୍‌ ଚଳାଇଥିଲେ। ଗାଡ଼ି ଚଳାଇବା ସମୟରେ ସାଥୀ ଶାଶ୍ବତ ସ୍ବାଇଁ ନାଭିଗେଟର ଭାବେ ରହିଥିଲେ। ବୈଭବଙ୍କ କହିବା କଥା, ଏହି ଭଳି ବିପଦପୂର୍ଣ୍ଣ ସ୍ଥାନରେ ଗାଡ଼ି ଚଳାଇବାରେ ଜୀବନ ପ୍ରତି ବିପଦ ରହିଥିଲା। ଏମିତିକି ଗାଡ଼ିର ଚଉଡ଼ା ଠାରୁ ରାସ୍ତାର ଚଉଡ଼ା କମ୍‌ ରହିଥିଲା। ଏହି ବିପଦ ନାଁ ଥିଲା ‘କିଲର୍‌ ସଚ୍‌ ପାସ୍’। ଟିକେ ଗାଡ଼ି ଚାଳନାରେ ତ୍ରୁଟି ରହିଲେ ଜୀବନ ଯିବାର ସମ୍ଭାବନା ରହିଥିଲା ବୋଲି ଶ୍ରୀ ଚୌଧୁରୀ କହିଥିଲେ। ଏହି ରାସ୍ତାରେ ଏତେ ମାତ୍ରାରେ ବରଫ ଥିଲା ଯେ, ଗାଡ଼ିର ବ୍ରେକ୍‌ ମଧ୍ୟ କାମ କରୁନଥିଲା। ଏମିତିକି ଏହି ବିପଦପୂର୍ଣ୍ଣ ରାସ୍ତା ପାର୍‌ ହେବା ପାଇଁ ସବୁଠୁ ବିପଦପୂର୍ଣ୍ଣ ଥିଲା ପାଣିପାଗ ବୋଲି କହିଛନ୍ତି। ବୈଭବ ହେଉଛନ୍ତି କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ପୁଅ।

Leave A Reply

Your email address will not be published.