ବ୍ୟାକଫୁଟରେ ଉଦ୍ଧବ ଠାକରେ, ବିଦ୍ରୋହୀଙ୍କୁ ବାରମ୍ବାର ଦେଉଛନ୍ତି ଅଫର୍

ନୂଆଦିଲ୍ଲୀ ୨୫/୦୬: ମହାରାଷ୍ଟ୍ରରେ ରାଜନୈତିକ ଝଡ ଥମିବାର ନାଁ ନେଉନାହିଁ । ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେ, କେହି କାହାରିକୁ ଛାଡିବାକୁ ନାରାଜ୍ । ଉଭୟ ଉଭୟଙ୍କ ବିରୋଧରେ ଗୋଟି ଚାଳନା କରିବାରେ ବ୍ୟସ୍ତ । ଏକନାଥଙ୍କ ଗୋଷ୍ଠୀରେ ଶିବସେନାର ପ୍ରାୟ ୫୦ ବିଧାୟକ ଥିବା ଦାବି ହେଉଛି । ବ୍ୟାକଫୁଟରେ ଥିବା ଉଦ୍ଧବ ଠାକରେ ନୁଆ ଚାଲ୍ ଚଳାଇବା ଆରମ୍ଭ କରିଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ, ଯଦି ଏକନାଥ ସିନ୍ଦେଙ୍କୁ ସେ ଯୋଗ୍ୟ ବୋଲି ଲାଗୁନି ତେବେ ସିଧାସଳଖ କଥା ହୁଅନ୍ତୁ । ସେ ନିଜେ ଦଳକୁ ଦୂରେଇବା ପାଇଁ ପ୍ରସ୍ତୁତ ଅଛନ୍ତି । ଏହାସହ ବାଲା ସାହେବଙ୍କ ନାଁରେ ମଧ୍ୟ ଉଦ୍ଧବ ସିନ୍ଦେଙ୍କୁ ବୁଝାଇବା ପାଇଁ ପ୍ରୟାସ କରିଛନ୍ତି । ଯଦି ସିନ୍ଦେ କୁହନ୍ତି ତେବେ ସେ କ୍ଷମତାରୁ ଦୂରେଇ ଯିହେ ବୋଲି କହିଛନ୍ତି । ଉଦ୍ଧବଙ୍କ ଏହି ବୟାନ ପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ଯେ, ଉଦ୍ଧବ ଏବେ ବ୍ୟାକଫୁଟରେ ଅଛନ୍ତି । ସେ ଏହି ଯୁଦ୍ଧରେ ଅସ୍ତ୍ର ତ୍ୟାଗ ପାଇଁ ଏକ ପ୍ରକାର ପ୍ରସ୍ତୁତ ବୋଲି କୁହାଯାଉଛି ।କେହିକେହି ଉଦ୍ଧବ ବିଦ୍ରୋହୀ ଗୋଷ୍ଠୀ ଆଗରେ ଆତ୍ମ ସମର୍ପଣ କରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.