ମୋଟର ସାଇକେଲରେ ପଶିଲା ନାଗ, ୩ ଫୁଟର ସାପକୁ ଉଦ୍ଧାର କଲେ ସ୍ନେକ ହେଲ୍ପ ଲାଇନ ସଦସ୍ୟ

ଭୁବନେଶ୍ୱର ୨୫/୦୬: ଭୁବନେଶ୍ଵର ଉପକଣ୍ଠରେ ଥିବା ସତ୍ୟଭାମାପୁର ଅନ୍ତର୍ଗତ ତଣ୍ଡିଲୋ ଗ୍ରାମରେ ରହୁଥିବା ଜି. ନାଗାର୍ଜୁନ ରେଡ୍ଡୀଙ୍କ ମୋଟର ସାଇକଲରେ ଏକ ନାଗ ସାପ ପଶିଗଲା । ଯେତେ ଖୋଜା ଖୋଜି କଲେ ମଧ୍ୟ ଆଉ ସାପକୁ କେହି ପାଇଲେ ନାହିଁ । ଅନ୍ୟ ଉପାୟ ନପାଇ ନାଗାର୍ଜୁନ ସ୍ନେକ୍ ହେଲ୍ପ ଲାଇନକୁ ଫୋନ୍ କଲେ । ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ବିରଞ୍ଚି ନାରାୟଣ ଆଚାର୍ଯ୍ୟ ଘଟଣା ସ୍ଥଳରେ ପହଞ୍ଚି, ମୋଟର ସାଇକଲର ସିଟ୍ ଖୋଲିବା ପରେ, ସିଟ ତଳେ ଜାକିଜୁକି ହୋଇ ସାପଟି ରହିଥିବାର ଦେଖିବାକୁ ପାଇଥିଲେ । ଯତ୍ନର ସହିତ ପ୍ରାୟ ସାଢେ଼ ୩ ଫୁଟ ଲମ୍ବର ବିଷଧର ନାଗ ସାପଟିକୁ ଉଦ୍ଧାର କରିବା ପରେ ଗାଁଠାରୁ ଯଥେଷ୍ଟ ଦୂରରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ସାପଟିକୁ ଛାଡି ଦିଆଯାଇଥିଲା ।

Leave A Reply

Your email address will not be published.