ସ୍କୁଟି ଉପରେ ଚଢିଗଲା ଟ୍ରାକ୍ଟର, ଫରେଷ୍ଟର ଗାର୍ଡ ମୃତ

ଗଞ୍ଜାମ ୨୫।୦୬: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବଡ଼ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରାକ୍ଟର ଓ ସ୍କୁଟି ମଧ୍ୟରେ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ବୁଗୁଡ଼ା ବନାଞ୍ଚଳ ବାଲିପଦର ବିଟ୍‌ରେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ଅସ୍ମିତା ବିବି ବୋଲି ଜଣାପଡିଛି । ଖବର ଅନୁଯାୟୀ, ବୁଗୁଡ଼ା ବନାଞ୍ଚଳରେ ଥିବା କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିଲେ ଅସ୍ମିତା ବିବି । ବୁଗୁଡ଼ା ସ୍ଥିତ ବଡ଼ଶଙ୍ଖ ଠାରେ ଏକ ଟ୍ରାକ୍ଟର ଆସି ଅସ୍ମିତା ବିବିଙ୍କ ସ୍କୁଟିକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ସ୍କୁଟି ଉପରେ ଚଢିଯାଇଥିଲା ଟ୍ରାକ୍ଟର । ଘଟଣାସ୍ଥଳରେ ଅସ୍ମିତା ଗୁରୁତର ହୋଇ ପଡିରହିଥିଲେ । ତାଙ୍କୁ ଉଦ୍ଧାର କରି ସ୍ଥାନୀୟଲୋକ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ବୁଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ସହିତ ଦୁର୍ଘଟଣାଗ୍ରସ୍ତ ଗାଡିକୁ ମଧ୍ୟ ଜବତ କରିଛି ।

Leave A Reply

Your email address will not be published.