ବିପଦରେ ରୋହିତଙ୍କ ଅଧିନାୟକ ପଦ ! ଭାରତର ପୂର୍ବତନ ଖେଳାଳି ଦେଲେ ବଡ ପ୍ରତିକ୍ରିୟା

ମୁମ୍ବାଇ, ୨୮/୦୬: ବିପଦରେ ରୋହିତ ଶର୍ମାଙ୍କ ଅଧିନାୟକ ପଦ । ହିଟମ୍ୟାନଙ୍କ ନେତୃତ୍ୱ ନେଇ ବଡ ବୟାନ ଦେଇଛନ୍ତି ଭାରତୀୟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟର୍ ବିରେନ୍ଦ୍ର ସେହ୍ୱାଗ । ରୋହିତଙ୍କୁ ଟି୨୦ ନେତ୍ୱତ୍ୱ ପଦରୁ ବିଶ୍ରାମ ମିଳିପାରେ ବୋଲି ସେ କହିଛନ୍ତି । ଏହାଦ୍ୱାରା ସେ ଭଲ ମ୍ୟାନେଜମେଣ୍ଟ୍ କରିପାରିବେ । କାରଣ ସେ ଅଧିନାୟକ ହେଲା ପରେ ଆଘାତ ଓ ବ୍ୟସ୍ତତା ହେତୁ ଅଧିକ ମ୍ୟାଚ୍ ଖେଳିପାରୁ ନାହାଁନ୍ତି । ସେହ୍ୱାଗ ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ, ଟିମ୍ ଇଣ୍ଡିଆ ମ୍ୟାନେଜମେଣ୍ଟ୍ ରୋହିତଙ୍କୁ ଟି୨୦ରୁ ବିଶ୍ରାମ ଦେଇପାରେ । ଏହାଦ୍ୱାରା ମାନସିକ ଚାପରୁ ମୁକ୍ତି ମିଳିବ । ସେ ଆହୁରି ଭଲ ଖେଳିପାରିବେ । ଟି୨୦ରୁ ବ୍ରେକ୍ ପରେ ସେ ଦିନିକିଆ ଓ ଟେଷ୍ଟ୍ ମ୍ୟାଚ୍ ଉପରେ ବେଶି ଫୋକସ୍ କରିପାରିବେ । କିନ୍ତୁ ଯଦି ତିନି ଫର୍ମାଟରେ ସବୁଠୁ ଭଲ ଅଧିନାୟକ ହେଉଛନ୍ତି ରୋହିତ । ସେ ଆହୁରି କହିଛନ୍ତି ଯେ, ଚଳିତ ବର୍ଷ ଶେଷରେ ଟି୨୦ ବିଶ୍ୱକପ୍ ଖେଳାଯିବ । ଟପ୍ ୩ ସ୍ଥାନରେ ଖେଳିବା ପାଇଁ ରୋହିତ ଶର୍ମା, ଇଶାନ କିଷାନ ଓ କେଏଲ ରାହୁଲ ସବୁଠୁ ପରଫେକ୍ଟ୍ ବ୍ୟାଟର୍ । କାରଣ ଇଶାନ ଓ ରୋହିତଙ୍କ ତାଳମେଳ ଭଲ । ସେମାନେ ରାଇଟ୍-ଲେଫ୍ଟ୍ କମ୍ବିନେସନରେ ଖେଳନ୍ତି । ଭାରତୀୟ ଟିମରେ ଅନେକ ବିସ୍ଫୋରକ ବ୍ୟାଟର୍ ଅଛ

Leave A Reply

Your email address will not be published.