ଅଜା ଘରେ ନାତିର ଆତ୍ମହତ୍ୟା, ପ୍ରେମ ସମ୍ପର୍କରୁ ଜୀବନ ହାରିଲେ ଉଜ୍ଜ୍ୱଳ

ବାଲେଶ୍ୱର ୨୮/୦୬: ଅଜା ପାଖକୁ ବୁଲିବାକୁ ଆସି ବେକରେ ଲୁଙ୍ଗି ଦେଇ ଆତ୍ମହତ୍ୟା କଲେ ନାତି । ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ ରାଜ୍ୟ ନଦିଆ ଜିଲ୍ଲାର କିଛି ଲୋକ ଦୀର୍ଘ ଦିନ ଧରି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଂଚଳରେ ରହି ଫେରି କରି ଆସୁଛନ୍ତି । କ୍ରିଷ୍ଣନଗର ଅଂଚଳର ମହେନ୍ଦ୍ର ବିଶ୍ୱାଶ ଖଗଡା ଗ୍ରାମରେ ଏକ ଭଡା ଘରେ ରହି ଫେରି କରି ଆସୁଥିଲେ । ୩ ଦିନ ତଳେ ତାଙ୍କ ଝିଅର ପୁଅ ନାତି ଉଜ୍ଜଳ ବିଶ୍ୱାଶ ଅଜା ପାଖକୁ ବୁଲି ବାକୁ ଆସିଥିଲା ବେଳେ ଆଜି ସକାଳ ସମୟରେ ବେକରେ ଲୁଙ୍ଗିଦେଇ ଘର ଚାଳରେ ଝୁଲୁଥିବାର ତାଙ୍କ ଅଜା ଦେଖି ବାକୁ ପାଇ ଥିଲେ । ସଙ୍ଗେ ସଙ୍ଗେ ବାଲିଆପାଳ ଥାନାକୁ ଖବରଦେଇ ଥିଲେ । ଖବର ପାଇ ବାଲିଆପାଳ ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ତଦନ୍ତ ଜାରୀ ରଖିଛି । ଏହା ପ୍ରେମ ଜନିତ ଆତ୍ମହତ୍ୟା ବୋଲି ସାଧାରଣରେ ଚର୍ଚା ହେଉଥିଲା ବେଳେ ଏହା ହତ୍ୟା କି ଆତ୍ମହତ୍ୟା ତଦନ୍ତ ପରେ ଫିଟିବ ଗୁମର ।

Leave A Reply

Your email address will not be published.