ଥମୁନି ହାତୀ ଉପଦ୍ରବ, ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି

କରଞ୍ଜିଆ ୨୮/୦୬: କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଉପଦ୍ରବ । ଗୋଟିଏ ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି କଲେ ୨୩ ଟିକିଆ ଝାଡ଼ଖଣ୍ଡି ହାତୀପଲ । ଦୁଧିଆଣି ରେଞ୍ଚ ଅଞ୍ଚଳରେ ଘୁରିବୁଲୁଛନ୍ତି ୨୩ ଟିକିଆ ହାତୀପଲ, ଶିରମଣିପୁର ଗାଁ ଜଙ୍ଗଲରେ ୧୮ ଟି ହାତୀ ଥିବା ବେଳେ ତୁଳସୀପଶି ଗାଁ ନିକଟରେ ଥିବା ଜଙ୍ଗଲରେ ୫ ଟି ହାତୀ ରହିଥିବାର ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତ୍ରରେ ଜରାଡ଼ି ଗାଁରେ ଜଣକ ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି କରିଛନ୍ତି ହାତୀପଲ ।

Leave A Reply

Your email address will not be published.