ଇଣ୍ଡିଗୋରେ ଚାଲାଣ ହେଉଥିଲା ଗଞ୍ଜେଇ: ୫୧କେଜି ସବୁଜ ଜହର ଜବତ

ଫୁଲବାଣୀ ୦୨/୦୭: କନ୍ଧମାଳରେ ଥମୁନି ଗଞ୍ଜେଇ କାରବାର । ପ୍ରାୟ କିଛି ଦିନର ବ୍ୟବଧାନରେ ବିପୁଳ ପରିମାଣର ଗଞଜେଇ ଜବତ କରୁଛି ପୋଲସି । ଏହି ପରିପ୍ରେକ୍ଷୀରେ ଫୁଲବାଣୀ ସଦର ପୋଲିସକୁ ମିଳିଛି ପୁଣି ସଫଳତା । ସଦର ପୋଲିସ ଗୌଡପଡାଠାରେ ଏକ ଇଣ୍ଡିଗୋ କାର ସହ ୫୧ କେଜି ଚୋରା ଗଂଜେଇ ଜବତ କରିଛି । ଏଥିରେ ସ୍ଥାନୀୟ ପେଂଜି ସାହିର ରମେଶ ନାମକ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତେଵେ ଅନ୍ୟ ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଏ ନେଇ ସଦର ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ କହିଛନ୍ତି । ସୂଚନା ଯୋଗ୍ୟ ଯେ ପୂର୍ବରୁ ସୂଚନା ପାଇ ସଦର ପୋଲିସ ଟିମ ଚଢ଼ାଉ କରି ଜବତ କରିଥିଲା ।

Leave A Reply

Your email address will not be published.