ଟ୍ୱିଟର ଆକାଉଣ୍ଟ ବ୍ଲକ୍‌କୁ ବିରୋଧ କରି ଭାରତୀୟ ରାଷ୍ଟ୍ରଦୂତଙ୍କୁ ସମନ କଲା ପାକିସ୍ତାନ

ନୂଆଦିଲ୍ଲୀ: ଦେଶର ସୁରକ୍ଷା ଦୃଷ୍ଟିରୁ କେତେକ ପାକିସ୍ତାନ ସାଇଟ୍‌କୁ ଓ ସୋସିଆଲ୍‌ ମିଡିଆକୁ ଭାରତରେ ବ୍ଲକ୍‌ କରାଯାଇଛି। ସେଥିମଧ୍ୟରୁ କିଛି ଟ୍ୱିଟର ଆକାଉଣ୍ଟକୁ ବ୍ଲକ୍ କରାଯାଇଛି। ଏହାକୁ ବିରୋଧ ତୁରନ୍ତ ଟ୍ୱିଟରଗୁଡୁକୁ ଅନବ୍ଲକ କରିବାକୁ ଶୁକ୍ରବାର ଭାରତୀୟ ରାଷ୍ଟ୍ରଦୂତ ସୁରେଶ କୁମାଙ୍କୁ ସମନ କରିଛି ପାକିସ୍ତାନ। ପାକିସ୍ତାନ ପକ୍ଷରୁ ଜାରି କରାଯାଇଥିବା ଷ୍ଟେଟ୍‌ମେଣ୍ଟ ଅନୁସାରେ “ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ନୋଟିସ କରାଯାଇଛି। ୮୦ ଟ୍ୱିଟର ଆକାଉଣ୍ଟ ବ୍ଲକ୍ କରାଯାଇଥିବାରୁ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ ସୂଚନା ଦିଆଯାଇଛି।” ଜିଓ ବ୍ଲକିଂ ଏବଂ ସେନ୍ସରସ୍ପିପ୍‌ ଆଇନ୍‌ ଦ୍ୱାରା ଭାରତ ବ୍ଲକ କରିଥବା ଟ୍ୱିଟର ଆକାଉଣ୍ଟ ମଧ୍ୟରେ ପାକିସ୍ତାନ କୂଟନୈତିକ ମିଶନ ଇରାନ, ତୁର୍କିଏ, ଇଜିପ୍ଟ, ୟୁନ-ନ୍ୟୁୟୋର୍କ ଏବଂ ନ୍ୟାସ୍‌ନାଲ ବ୍ରୋଡକାଷ୍ଟର ରେଡିଓ ପାକିସ୍ତାନ ଆଦି ରହିଛି ବୋଲି ପାକିସ୍ତାନ ଫରେନ୍ ଅଫିସ ପକ୍ଷରୁ କୁହାଯାଇଛି। ଭାରତ ପାକିସ୍ତାନର ଅନେକ କୁଟନୈତିକ ମିଶନ, ସାମ୍ବାଦିକ ଓ କିଛି ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଟ୍ୱିଟର ଆକାଉଣ୍ଟ ବ୍ଲକ୍‌ କରିଛି। ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଇନ୍ ୨୦୦୦ ଅଧିନରେ ଭାରତ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣା ପରେ ଲୋକଙ୍କ ଆବାଜ ଉପରେ ଭାରତ ଲଗାମ ଲଗାଇବାକୁ ଚେଷ୍ଟା କରୁଛି ବୋଲି ପାକିସ୍ତାନ ଅଭିଯୋଗ କରିଛି।

Leave A Reply

Your email address will not be published.