ବିଜେପିର ମିଶନ ତେଲେଙ୍ଗାନା : ଶନିବାରଠୁ ହାଇଦ୍ରାବାଦରେ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ

ନୂଆଦିଲ୍ଲୀ ୦୨/୦୭: ଶନିବାରଠୁ ହାଇଦ୍ରାବାଦରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦଳର ବରିଷ୍ଠ ନେତା ଯୋଗଦେବେ । ବୈଠକ ଏହି ସମୟରେ ହେଉଛି ଯେତେବେଳେ ପଡୋଶୀ ମହାରାଷ୍ଟ୍ରରେ ବିଜେପି ସରକାରକୁ ଫେରିଛି । ତେବେ ବୈଠକର ମୁଖ୍ୟ ଫୋକସ୍ ରହିବ ୨୦୨୪ ଲୋକସଭା ନିର୍ବାଚନ ଓ ୨୦୨୩ରେ ହେବାକୁ ଥିବା ବିଧାନସଭା ନିର୍ବାଚନ । ହାଇଦ୍ରାବାଦରେ ଦୀର୍ଘ ୧୮ ବର୍ଷ ପରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଆୟୋଜନ ପଛରେ ବିଜେପିର ମିଶନ ତେଲେଙ୍ଗାନା ଥିବା କୁହାଯାଉଛି । ଦୁଇ ଦିବସୀୟ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପାଇଁ ଶୁକ୍ରବାର ସନ୍ଧ୍ୟାରେ ହିଁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ହାଇଦ୍ରାବାଦରେ ପହଁଚିଥିଲେ । ଏହାପରେ ଦଳ ପକ୍ଷରୁ ରୋଡ୍ ସୋ କରାଯାଇ ଶକ୍ତି ପ୍ରଦର୍ଶନ କରାଯାଇଥିଲା  । ତେବେ ଦଳର ଏହି ବୈଠକରେ ୩୦୦ରୁ ଅଧିକ ନେତା ସାମିଲ ହେବେ । ଶନିବାର ଓ ରବିବାର ବୈଠକ ପରେ ପ୍ରଧାନମନ୍ତ୍ରୀ ଏଖ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.