୬୩ ତମ ବନ ମହୋତ୍ସବ ପାଳିତ, ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ

ଫୁଲବାଣୀ ୦୨/୦୭: ଶୁକ୍ରବାର ଫୁଲବାଣୀ ବନଖଣ୍ଡ ଅଧିନସ୍ତ ବନ୍ଧଗଡ଼ ଠାରେ ୬୩ ତମ ବନ ମହୋତ୍ସବ ପାଳିତ ହୋଇଛି । ଏହି ଅବସରରେ ବରିଷ୍ଠ ଫରେଷ୍ଟର ସରୋଜ କୁମାର ମିଶ୍ର ଓ ବନରଖି ପ୍ରମୁଖ ଯୋଗ ଦେଇ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ । ଗ୍ରାମର ମହିଳା ସଂଘ, ବନସୁରକ୍ଷା ସମିତିର ସଦସ୍ୟମାନେ ଉପସ୍ଥିତ ରହି ବିଭିନ୍ନ ପ୍ରକାର ଚାରାରୋପଣ କରିଥିଲେ । ଏହି ଅବସରରେ ବନ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ଜଙ୍ଗଲ ସୁରକ୍ଷା, ବୃକ୍ଷ ରୋପଣ ଉପରେ ସଚେତନତା ସୃଷ୍ଟି କରାଯାଇଥିଲା । ସେହିପରି ଫୁଲବାଣୀ ଓ ବାଲିଗୁଡ଼ା ବନଖଣ୍ଡ ଅଧୀନ ବିଭିନ୍ନ ସ୍ଥାନରେ ୬୩ ତମ ବନମହୋତ୍ସବ ପାଳିତ ହୋଇଥିଲା ।

Leave A Reply

Your email address will not be published.