ଜଳେଶ୍ୱରରୁ ନବୀନ ନିବାସ ଯାଏଁ ପଦଯାତ୍ରା, ୮ଦଫା ଦାବିରେ ଯାତ୍ରା କରୁଛନ୍ତି ଆଦିବାସୀ ଯୁବକ

ଜଳେଶ୍ୱର ୦୨/୦୭: ପବିତ୍ର ରଥ ଯାତ୍ରାରେ ୮ଦଫା ଦାବି ନେଇ ଜଳେଶ୍ୱରରୁ ନବୀନ ନିବାସ ପର୍ଯ୍ୟନ୍ତ ଆଦିବାସୀ ଯୁବକ କଲେ ପଦଯାତ୍ରା । ସୂଚନା ଅନୁଯାୟୀ ଚକ୍ଷୁ ଆମ ଶରୀରର ମୁଖ୍ୟ ଅଙ୍ଗ । ଚକ୍ଷୁର ଯତ୍ନ ଅଭାବରୁ ଅନେକ ସମୟରେ ଏହା ନଷ୍ଟ ହେଉଥିବାର ଦେଖିବାକୁ ମିଳୁଛି । ଏଣୁ ଚକ୍ଷୁଯତ୍ନ କିପରି ନିଆଯିବ ସେ ବିଷୟରେ ବିଦ୍ୟାଳୟ ମାନଙ୍କରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ଶିକ୍ଷା ଦେବା କଥା । ଜୁଲାଇ ୧କୁ ଚଷୁ ଦିବସ ରୂପେ ଘୋଷଣା କରିବା ।ମଧ୍ୟାହ୍ନ ଭୋଜନରେ ଶାଗ ତରକାରୀକୁ ସ୍ଥାନ ଦେବା । ଓଡ଼ିଆ ଭାଷାକୁ ବିକୃତ କରି ଲେଖିବା ବନ୍ଦ କରିବା । ଆଲଚିକ ଭାଷା ମାନ୍ୟତା ପାଇଥିବା ବେଳେ ଏହାର ପ୍ରଚାର ପ୍ରସାର ପାଇଁ ସମସ୍ତ ସ୍କୁଲ କଲେଜରେ ଆଲଚିକ ଭାଷାର ଶିକ୍ଷକ ନିଯୁକ୍ତି ଦେବା । ଓଡିଶାକୁ ମଦ ମୁକ୍ତ କରିବା ଆଦି ୮ଦଫା ଦାବିନେଇ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଲକ୍ଷ୍ମଣ ନାଥ ପଂଚାୟତରରୁ ନବୀନ ନିବାସ ପର୍ଯ୍ୟନ୍ତ ଆଦିବାସୀ ସମ୍ପ୍ରଦାୟର ଯୁବକ ପୂର୍ଣ୍ଣ ଚନ୍ଦ୍ର ସିଂ ପଦଯାତ୍ରା କରିଥିବାର ଦେଖିବାକୁ ମିଳିଛି ।

Leave A Reply

Your email address will not be published.