ତେଲକୋଇ ରେଞ୍ଜରେ ଘର ଭାଙ୍ଗି ଧାନ ଖାଇଗଲେ ହାତୀ ପଲ, ଘଉଡାଇବାକୁ ବନ ବିଭାଗର ଉଦ୍ୟମ

ତେଲକୋଇ ୨।୭: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜରେ ଥମିବାର ନାଁ ଧରୁନି ହାତୀ ପଲଙ୍କ ଉପଦ୍ରବ। ହାତୀ ପଲ କେତେବେଳେ ଘର ଭାଙ୍ଗୁଛନ୍ତି ତ ଆଉ କେତେବେଳେ ଲୋକଙ୍କ ଜୀବନ ନେବା ସହ ଆକ୍ରମଣ ମଧ୍ୟ କରୁଛନ୍ତି। ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ତେଲକୋଇ ଫରେଷ୍ଟ ବିଟର ଦୋବଲାପାଳ ପଞ୍ଚାୟତ ବାଶଂପାଳ ଗାଁରେ ୮ଟିକିଆ ହାତୀ ପଲ ପଶି ଉପଦ୍ରବ କରିଥିଲେ। ଗାଁର ନିତ୍ୟାନନ୍ଦ ପେଣ୍ଠେଇଙ୍କ ୪ ବଖରା ଘରକୁ ଭାଙ୍ଗି ୧୨ବସ୍ତା ଧାନକୁ ଖାଇଯାଇଥିଲେ । ହାତୀ ପଲ ଘର ଭାଙ୍ଗିବା ଦେଖି ପରିବାର ଲୋକେ ଭୟଭୀତ ହୋଇପଡିଥିଲେ। ଗାଁଲୋକଙ୍କୁ ଡାକି ହାତୀ ପଲଙ୍କୁ ଘଉଡାଇଥିଲେ । ତେବେ ବନ ବିଭାଗ ହାତୀପଲଙ୍କୁ ଘଉଡାଇବାରେ ବିଫଳ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.