‘୬ ମାସରେ ଭାଙ୍ଗିବ ସିନ୍ଦେ ସରକାର, ସାନି ନିର୍ବାଚନ ପାଇଁ ପ୍ରସ୍ତୁତ ରୁହ’- ଶରଦ ପାଓ୍ୱାର

ନୂଆଦିଲ୍ଲୀ ୦୪/୦୭:  ମହାରାଷ୍ଟ୍ରରେ ରାଜନୈତିକ ବୟାନବାଜି ଜୋର୍ ଧରିଛି । ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେଲା ପରେ ଶରଦ ପାଓ୍ୱାର ତାଙ୍କୁ ଜୋରଦାର ଟାର୍ଗେଟ୍ କରିଛନ୍ତି । ଏହାସହ ସିନ୍ଦେ ସରକାର ୬ ମାସରୁ ଅଧିକ ସମୟ ରହିପାରିବ ନାହିଁ ବୋଲି ଶରଦ କହିଛନ୍ତି । ଏହାସହ ମଧ୍ୟବର୍ତ୍ତୀ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।  ଏନସିପି ମୁଖିଆ ଶରଦ ପାଓ୍ୱାର ଜଣେ ବିଧାୟକଙ୍କୁ କହିଛନ୍ତି ଯେ, ସେ ଏନସିପି ସମେତ ଅନ୍ୟ ସହଯୋଗୀ ଦଳର ନେତାଙ୍କ ସହ ଆଲୋଚନା କରିଛନ୍ତି । ମହାରାଷ୍ଟ୍ରରେ ଗଠନ ହୋଇଥିବା ସରକାର ୬ ମାସରେ ଭାଙ୍ଗିପାରେ । ସମସ୍ତଙ୍କୁ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବା ଦରକାର ।ସିନ୍ଦେଙ୍କ ସହ ଥିବା ଅନେକ ବିଦ୍ରୋହୀ ବିଧାୟକ ଖୁସି ନାହାଁନ୍ତି । ମନ୍ତ୍ରାଳୟ ବଣ୍ଟନ ପରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ସମର୍ଥନ ପ୍ରତ୍ୟାହାର କରିନେବେ । ଫଳରେ ସରକାର ଭାଙ୍ଗିଯିବ ।ଶରଦ ଆହୁରି ମଧ୍ୟ କହିଛନ୍ତି ଯେ, ବିଦ୍ରୋହୀ ବିଧାୟକ ଅତିଶୀଘ୍ର ଦଳକୁ ଫେରି ଆସିବେ । ଅତିବେଶୀରେ ୬ ମାସ ରହିଛି । ଏନସିପି ନେତା ସବୁ ବିଧାନସଭା କ୍ଷେତ୍ରକୁ ଯିବାକୁ ଶରଦ ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟ,ମହାରାଷ୍ଟ୍ରରେ ଶିବସେନା ଦୁଇଟି ଗୋଷ୍ଠୀରେ ବାଣ୍ଟି ହୋଇ ରହିଛି । ତେଣୁ ମହାବିକାଶ ଅଘାଡି ସରକାର ଭାଙ୍ଗିବା ସହ ସିଏମ ଉଦ୍ଧବ ଠାକରେ ଇସ୍ତଫା ଦେଇଥିଲେ । ଏହାପରେ ବିଜେପି ଓ ବିଦ୍ରୋହୀ ବିଧାୟକ ମିଳିତ ଭାବେ ସରକାର ଗଠନ କରିଥିଲେ । ଫଳରେ ବିଦ୍ରୋହୀ ନେତା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି । ଅନ୍ୟଦିଗରେ ଦେବେନ୍ଦ୍ର ପଡଣବୀସଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ମିଳିଛି ।  

Leave A Reply

Your email address will not be published.