ଆସ୍ଥା ଭୋଟରେ ବିଜୟୀ ହେଲେ ସିନ୍ଦେ ସରକାର

ନୂଆଦିଲ୍ଲୀ ୦୪/୦୭:  ସିନ୍ଦେ ସରକାର ପାସ୍ । ପ୍ରଥମ ଅଗ୍ନିପରୀକ୍ଷାରେ ପାସ ପରେ ଆଜି ସଂଖ୍ୟା ପରୀକ୍ଷାରେ ମଧ୍ୟ ବାଜି ମାରିଛନ୍ତି ଏକନାଥ ସିନ୍ଦେ । ବିଧାନସଭାରେ ଆସ୍ଥା ଭୋଟରେ ସିନ୍ଦେ ସରକାର ଜିତିଛନ୍ତି । ତାଙ୍କ ସପକ୍ଷରେ ୧୬୪ ଭୋଟ୍ ପଡିଛି । ପୂର୍ବରୁ ରବିବାର ମହାରାଷ୍ଟ୍ର ବିଧାନସଭା ଅଧିବେଶନର ପ୍ରଥମ ଦିନରେ ବିଜେପିର ରାହୁଲ ନର୍ବେକର ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ। ସେ ମହା ବିକାଶ ଅଘାଡି ଗୋଷ୍ଠୀର ଶିବସେନା ବିଧାୟକ ପ୍ରାର୍ଥୀ ରାଜନ ସାଲଭିଙ୍କୁ ହରାଇଥିଲେ । ବାଚସ୍ପତି ନିର୍ବାଚନରେ ବିଜୟ ପାଇଁ ୧୪୪ ଖଣ୍ଡ ଭୋଟର ଆବଶ୍ୟକତା ଥିବା ବେଳେ ରାହୁଲ ୧୬୪ ଖଣ୍ଡ ଭୋଟ ପାଇଥିଲେ । ସେହିଭଳି ଶିବସେନା ବିଧାୟକ ପ୍ରାର୍ଥୀ ରାଜନ ସାଲଭି ୧୦୭ ଖଣ୍ଡ ଭୋଟ୍ ପାଇଥିଲେ ।ଏହାପରେ ସୋମବାର ସିନ୍ଦେ ସରକାର ଫ୍ଲୋର ଟେଷ୍ଟର ସାମ୍ନା କରିଥିଲା । ଫ୍ଲୋର୍ ଟେଷ୍ଟ୍ ବା ଆସ୍ଥା ଭୋଟରେ ସିନ୍ଦେ ସରକାରଙ୍କୁ ୧୬୪ ଜଣ ବିଧାୟକଙ୍କ ସମର୍ଥନ ମିଳିଛି ।  ଶିବସେନାରଙ୍କ ସହଯୋଗୀ ସନ୍ତୋଷ ବାଙ୍ଗର ଆଜି ଉଦ୍ଧବ ଠାକରେଙ୍କ ହାତ ଛାଡି ସିନ୍ଦେଙ୍କ ସପକ୍ଷରେ ଭୋଟ୍ ଦେଇଥିଲେ ।  ତେବେ ଆସ୍ଥା ଭୋଟ୍ ପୂର୍ବରୁ ଏନସିପି ଓ କଂଗ୍ରେସ ବିଧାୟକ ଇଡି ଇଡି ନାରା ଦେଇଥିଲେ ।

Leave A Reply

Your email address will not be published.