‘ମୋତେ ଭୁଲରେ ଦାୟିତ୍ୱ ମିଳିଥିଲା, ରାହୁଲ ଟିମ୍‌କୁ ନୂଆ ଶିଖରରେ ପହଁଚାଇବେ’

ନୂଆଦିଲ୍ଲୀ ୦୪/୦୭:  ଭାରତୀୟ ଦଳର କୋଚ୍ ଦାୟିତ୍ୱ ଏବେ ରାହୁଲ ଦ୍ରାବିଡଙ୍କ ହାତରେ  । ରାହୁଲ ଦାୟିତ୍ୱ ନେଲା ପରେ ଦଳରେ ଅନେକ ପରିବର୍ତ୍ତନ ହୋଇଛି । ସକସେସ୍ ବି ପାଇଛନ୍ତି ଦି ଓ୍ୱାଲ । ଏହାମଧ୍ୟରେ ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ନୂଆ କୋଚଙ୍କ କାର୍ଯ୍ୟକାଳକୁ ନେଇ ବଡ ପ୍ରତିକ୍ରିୟା ରଖିଛନ୍ତି । ଶାସ୍ତ୍ରୀ କହିଛନ୍ତି, ରାହୁଲ ନିଜ କାର୍ଯ୍ୟକାଳରେ ଦଳକୁ ନୂଆ ଶିଖରରେ ପହଁଚାଇବେ । ତାଙ୍କୁ ଗତବର୍ଷ ମଧ୍ୟ କୋଚ୍ ଭାବେ ଦାୟିତ୍ୱ ମିଳିଥିଲା । ରାହୁଲ ଓ ରୋହିତ ଶର୍ମାଙ୍କ ଯୋଡି ବିଶ୍ୱକପରେ ମଧ୍ୟ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ତାଙ୍କ ପରେ ରାହୁଲଙ୍କଠୁ ଆଉ କେହି ଭଲ କୋଚ୍ ହୋଇ ନପାରନ୍ତି । ତାଙ୍କୁ ଭୁଲରେ ଏକି ଦାୟିତ୍ୱ ମିଳିଯାଇଥିଲା ବୋଲି ସେ ମଜାରେ କହିଛନ୍ତି । ସେ କମେଣ୍ଟ୍ରି ବକ୍ସରେ ଠିକ୍ ଥିଲେ । ହେଲେ ଦ୍ରାବିଡ ଏକ ପ୍ରକ୍ରିୟାରେ କୋଚ୍ ହୋଇଛନ୍ତି । ସେ ଦୀର୍ଘ ଦିନ ଧରି ଅଣ୍ଡର-୧୯ ଦଳର କୋଚ୍ ରହିଥିଲେ । ପୂର୍ବତନ କୋଚ୍ ଆହୁରି ମଧ୍ୟ କହିଛନ୍ତି ଯେ, ମିଡିଆ ତାଙ୍କୁ ବହୁତ ହଇରାଣ କରୁଥିଲା । ସେ କେବଳ ମିଡିଆକୁ ନେଇ ଚିନ୍ତିତ ଥିଲେ । ଦଳ ଭଲ ପ୍ରଦର୍ଶନ କରୁଥିଲେ ଗଣମାଧ୍ୟମ ନିଜ ଅନୁସାରେ ରିଆକ୍ସନ ଦେଉଥିଲା । କିନ୍ତୁ ଖେଳାଳି ଖରାପ ପ୍ରଦର୍ଶନ କଲେ ସେମାନେ କଡା ଟାର୍ଗେଟ୍ କରୁଥିଲେ ।

Leave A Reply

Your email address will not be published.