କାଳ ହେଲା ପାରିବାରିକ ବିବାଦ, ବେକରେ ରଶି ଲଗାଇ ଝୁଲିପଡିଲେ ସ୍ୱାମୀ

ସାଲେପୁର ୦୫।୦୭ : ପାରିବାରିକ କଳହର କରୁଣ ପରିଣତି। ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ଯୁବକ। କଟକ ଜିଲ୍ଲା ଜଗତପୁର ଥାନା ପାଗାଫାଣ୍ଡି ଗୁଣ୍ଠପଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ଖବର ଅନୁଯାୟୀ, ଜଗତପୁର ଥାନା ପାଗାଫାଣ୍ଡି ଗୁଣ୍ଠପଡା ଗାଁର ପ୍ରତାପ ମାଝୀ ପ୍ରଥମ ପତ୍ନୀ ଥାଉ ଥାଉ ଦ୍ଵିତୀୟ ବିବାହ କରିଥିଲେ। ଏନେଇ ପରିବାର ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ଏପରିକି ପ୍ରତାପଙ୍କ ପ୍ରଥମ ପତ୍ନୀ ପାଗାଫାଣ୍ଡିରେ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଯାହାଫଳରେ ପାଗାଫାଣ୍ଡି ଅଧିକାରୀ ପ୍ରତାପଙ୍କୁ ଡକାଇଥିଲେ। ସେଠାରେ ଘଟଣାକୁ ରଫାଦଫା କରିବା ପାଇଁ ସ୍ଥିର ହୋଇଥିଲା। ହେଲେ ପ୍ରତାପ ଘରକୁ ଯାଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପ୍ରତାପଙ୍କ ପରିବାର ଲୋକେ ଏହା ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ପ୍ରତାପଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.