ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା, ୭୫ ଜଣଙ୍କୁ ପଚରାଉଚରା ସହ ବୟାନ ରେକର୍ଡ

ଭୁବନେଶ୍ୱର ୦୫/୦୭: ଦିନକୁ ଦିନ ରହସ୍ୟାବୃତ୍ତ ହେବାରେ ଲାଗିଛି ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା । ଦ୍ୱିତୀୟ ଦିନରେ ୧୨ ଘଣ୍ଟାର ମାରାଥନ ପଚରାଉଚୁରା କରିଛି ପୋଲିସ । ରାତି ୧୦ଟା ପରେ ହଷ୍ଟେଲରୁ ବାହାରିଥିଲା ପୋଲିସ । ହଷ୍ଟେଲର ୭୫ ଜଣଙ୍କୁ ପଚରାଉଚରା କରିବା ସହ ପୋଲିସ ସେମାନଙ୍କ ବୟାନ ରେକର୍ଡ କରିଛି । ୭୫ ଜଣଙ୍କ ମଧ୍ୟରେ ଅଛନ୍ତି ବ୍ୟାଚମେଟ, ସିନିୟର ଛାତ୍ରୀ, ଜୁନିୟର ଛାତ୍ରୀ । ସେହିପରି ରୁଚିକାଙ୍କ ମୋବାଇଲ ସିଡ଼ିଆର ମାଗିଛି ପୋଲିସ । ଯାହା ସୂଚନା ମିଳିଛି ମଙ୍ଗଳବାର ମଧ୍ୟ ବି ହଷ୍ଟେଲରେ ପୋଲିସ କରିବ ପଚରା ଉଚୁରା କରିବ । ସେପଟେ ଏବେ ବି ତିନି ସିନିୟରଙ୍କ କୌଣସି ସୁରାକ୍ ପାଇନି ପୋଲିସ । ସେପଟେ ନ୍ୟାୟ ଅପେକ୍ଷାରେ ଅନାଇ ବସିଛନ୍ତି ଚୁଚିକାଙ୍କ ପରିବାର ।

Leave A Reply

Your email address will not be published.