୩୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଡ୍ରାଇଭର ଫେରାର

ଲମତାପୁଟ ୦୫।୦୭: କମାଣ୍ଡର ଜିପ୍‌ରୁ ୩୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଡ୍ରାଇଭର ଫେରାର। ପୁଣି ଲମତାପୁଟ ପୋଲିସ୍ କୁ ବଡ଼ ସଫଳତା । ଜଲାପୁଟରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲଣ ବେଳେ ମାଡିବସିଲା ଲମତାପୁଟ ପୋଲିସ। ଖବର ଅନୁଯାୟୀ,  ନନ୍ଦପୁର ଏସ. ଡ଼ି. ପିଓଙ୍କ ନେତୃତ୍ଵରେ ଲମତାପୁଟ ପୋଲସ ସିଲେଇ ପୁଟ ନିକଟରେ ନାକା ବନ୍ଦୀ କରି ଜଗିରହିଥିଲା । କମାଣ୍ଡର ଗାଡିଟି ଦ୍ରୁତ ଗତିରେ ଆସୁଥିବା ଦେଖି ପୋଲିସ ଅଟକାଇଥିଲେ । ପୋଲିସକୁ ଦେଖି ଗାଡି ବ୍ୟାରିକେଟ ଭାଙ୍ଗି ଚାଲି ଯାଇଥିଲା । ପୋଲିସ ପିଛା କରିବା ଦେଖି କିଛି ବାଟ ଯିବା ପରେ ଗାଡି ଛାଡ଼ି ଡ୍ରାଇଭର ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ । ଗାଡି ଯାଞ୍ଚ କରିବାରୁ ସେଥିରୁ ୧୦ଟି ଗଞ୍ଜେଇ ବସ୍ତା ବାହାର କରିଥିଲା ପୋଲିସ । ୧୦ଟି ବସ୍ତାରେ ପ୍ରାୟ ୩ କୁଇଣ୍ଟାଲ ଗଂଜେଇ ଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୩୦ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଏହି ନମ୍ବର ବିହୀନ ଗାଡି ସ୍ଥାନୀୟ ଅଞ୍ଚଳରୁ ଗଞେଇ ଆଣି ବାହାର ରାଜ୍ୟରୁ ଆସିଥିବା ଗଞେଇ ମାଫିଆଙ୍କ ଗାଡିରେ ଦେବା ପାଇଁ ବ୍ୟବହାର କରାଯାଉ ଥିଲା ପୋଲିସ ଜାଣିବାକୁ ପାଇଛି ।

Leave A Reply

Your email address will not be published.