ବାହୁଡା ପ୍ରସ୍ତୁତି, ଆଜ୍ଞାମାଳ ବିଜେ ପରେ ଦକ୍ଷିଣମୋଡ଼ ନେବ ତିନି ରଥ

ପୁରୀ ୦୬।୦୭: ଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ନବଦିନାତ୍ମକ ଘୋଷଯାତ୍ରାରେ ଆସିଥିବା ମହାପ୍ରଭୁଙ୍କ ଲୀଳାଖେଳା। ଶନିବାର ବାହୁଡାଯାତ୍ରା । ଶରଧାବାଲିରୁ ସିଂହଦ୍ବାରକୁ ଗଡ଼ିବ ତିନି ରଥ । ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ସେହିପରି ଆଜି ତିନି ରଥର ଦକ୍ଷିଣ ମୋଡ଼ ହେବ । ଗୁଣ୍ଡିଚା ମନ୍ଦିରରେ ଦ୍ବିପହରର ଧୂପ ପରେ ରଥ ଦକ୍ଷିଣମୋଡ଼ ନିମନ୍ତେ ମହାପ୍ରଭୁଙ୍କ ଆଜ୍ଞା ମାଳ ଗୁଣ୍ଡିଚା ମନ୍ଦିର ମୁଖ୍ୟ ଦ୍ବାର ରଥ ଚକଡାକୁ ବିଜେ କରିବେ । ଘଣ୍ଟା କାହାଳୀ ବାଜେଣି ସହ ତିନି ରଥକୁ ଦକ୍ଷିଣ ମୋଡ଼ କରାଯିବ । ତିନି ରଥ ନାକଚଣା ଦ୍ବାର ସାମ୍ନା ଶରଧାବାଲିରେ ବାହୁଡା ଯାତ୍ରା ନିମନ୍ତେ ମହାପ୍ରଭୁଙ୍କ ଆଗମନକୁ ଅପେକ୍ଷା କରିବେ । ଏହା ପୂର୍ବରୁ ମଙ୍ଗଳବାର ତାଳଧ୍ବଜ ଓ ଦେବୀ ରଥର ମରାମତି ସରିଛି । ପ୍ରଥା ଓ ପରମ୍ପରା ଅନୁଯାୟୀ ହେରା ପଞ୍ଚମୀ ପର ଦିନ ଅର୍ଥାତ ଆଜି ତିନି ରଥର ଦକ୍ଷିଣମୋଡ କରାଯିବ। ମଙ୍ଗଳବାର ପବିତ୍ର ହେରାପଞ୍ଚମୀ ଅବସରରେ ଅଭିମାନିନୀ ମା’ ଲକ୍ଷ୍ମୀ ସାଆନ୍ତାଣି ରାଗ ତମତମ ହୋଇ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଭାଙ୍ଗିଛନ୍ତି।

Leave A Reply

Your email address will not be published.