ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ

ରାଉରକେଲା ୦୬/୦୭: ରାଉରକେଲାରେ ବଡ ଧରଣର ଠକେଇ ଅଭିଯୋଗ । ୩୧୧କୋଟିର GST ଠକେଇ ଅଭିଯୋଗ । ଏହି ଅଭିଯୋଗରେ ୫ ବ୍ୟବସାୟୀଙ୍କୁ ଗିରଫ କରିଛି ରାଜ୍ୟ GST ବିଭାଗ । ଜାଲ କାଗଜ ପତ୍ରରେ GST ଠକେଇ କରିଥିବା ନେଇ ହୋଇଛି ଅଭିଯୋଗ । ଗିରଫଙ୍କ ମଧ୍ୟରେ ରାଉରକେଲାର ୪ଜଣ ଏବଂ ଜଣେ ସୁନ୍ଦରଗଡର । ଗତକାଲି ରାତିରେ ବାସନ୍ତୀ କଲୋନୀରେ ହୋଇଥିଲା ଚଢାଉ । ତେବେ ଏହି ଚଢାଉରେ ଆଉ କିଏ କିଏ ସାମିଲ ଅଛନ୍ତି ସେ ନେଇ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.