ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ବିରୋଧରେ ଆଗତ ଆବେଦନର ଶୁଣାଣି ଜୁଲାଇ ୧୧ରେ

ନୂଆଦିଲ୍ଲୀ ୮।୭: ଏକନାଥ ସିନ୍ଦେଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କରାଯିବା ବିରୋଧରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ସୁପ୍ରିମକୋର୍ଟରେ କରିଥିବା ଆବେଦନର ଶୁଣାଣି ଜୁଲାଇ ୧୧ରେ ହେବ। ଏଥିଲାଗି ସୁପ୍ରିମକୋର୍ଟ ସହମତି ଜଣାଇଛନ୍ତି। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଇନ୍ଦିରା ବାନାର୍ଜୀ ଓ ଜଷ୍ଟିସ୍ ଜେ.କେ. ମାହେଶ୍ୱରୀଙ୍କ ଅବକାଶକାଳୀନ ପୀଠ ଜୁଲାଇ ୧୧ ତାରିଖ ଦିନ ଉଚିତ ପୀଠରେ ଆବେଦନର ଶୁଣାଣି ଲାଗି ସୂଚୀବଦ୍ଧ ହେବ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଜୁଲାଇ ୧୧ତାରିଖରେ ମହାରାଷ୍ଟ୍ର ମାମଲାର ଶୁଣାଣି ପୂର୍ବରୁ  ଶିବସେନାର ଉଦ୍ଧବ ଗୋଷ୍ଠୀ ସୁପ୍ରିମକୋର୍ଟରେ ଅନ୍ୟ ଏକ ଆବେଦନ ମଧ୍ୟ କରିଛନ୍ତି। ସାଧାରଣ ସମ୍ପାଦକ ସୁଭାଷ ଦେଶାଈ କରିଥିବା ଆବେଦନରେ ସିନ୍ଦେଙ୍କୁ ସରକାର ଗଠନ ଲାଗି ରାଜ୍ୟପାଳଙ୍କ ଆମନ୍ତ୍ରଣକୁ ଏଥିରେ ଚାଲେଞ୍ଜ କରିଛନ୍ତି। ଏଥିରେ ବାଚସ୍ପତି ନିର୍ବାଚନ ଓ ବିଶ୍ୱାସମତ ପ୍ରକ୍ରିୟାକୁ ମଧ୍ୟ ତ୍ରୁଟିପୂର୍ଣ୍ଣ କୁହାଯାଇଛି।

Leave A Reply

Your email address will not be published.