ହିଟ୍‌ମ୍ୟାନଙ୍କ ବଡ ରେକର୍ଡ : ପ୍ରଥମ ଅଧିନାୟକ ଭାବେ ଦଳକୁ ଜିତାଇଲେ ଲଗାତର ୧୩ ଟି-୨୦ ମ୍ୟାଚ୍

ନୂଆଦିଲ୍ଲୀ ୦୮/୦୭ : ଇଂଲଣ୍ଡ ଗସ୍ତରେ କରୋନାକୁ ମାତ୍ ଦେବା ପରେ ଦଳକୁ ଦମଦାର୍ ବିଜୟୀ ଭେଟି ଦେଇଛନ୍ତି ରୋହିତ ଶର୍ମା । ତାଙ୍କ ନେତୃତ୍ୱରେ ଭାରତ ପ୍ରଥମ ଟି୨୦ରେ ଇଂଲଣ୍ଡ ବିରୋଧରେ ଚିତାକର୍ଷକ ବିଜୟ ହାସଲ କରିଛି । ଏହି ମୁକାବିଲାରେ ରୋହିତ ସେନା ଘରୋଇ ଦଳକୁ ୫୦ ରନରେ ମାତ୍ ଦେଇଛି । ତେବେ ଏହି ବିଜୟ ସହ ଏକ ବଡ ରେକର୍ଡର ଅଧିକାରୀ ହୋଇଛନ୍ତି ରୋହିତ ଶର୍ମା । ସେ ଲଗାତର ୧୩ଟି ଅନ୍ତର୍ଜାତୀୟ ଟି୨୦ରେ ଦଳକୁ ଜିତାଇଥିବା ଅଧିନାୟକ ହୋଇପାରିଛନ୍ତି । ରୋହିତଙ୍କ ବ୍ୟତୀତ ଆଉ କେହି ଅଧିନାୟକ ଏହି କାରନାମା କରିପାରି ନାହାଁନ୍ତି । ନିଜ ବିଜୟ ରଥରେ ରୋହିତ ବାଂଲାଦେଶ, ନ୍ୟୁଜିଲାଣ୍ଡ, ଓ୍ୱେଷ୍ଟ ଇଣ୍ଡିଜ, ଶ୍ରୀଲଙ୍କା ଓ ଏବେ ଇଂଲଣ୍ଡକୁ ହରାଇଛନ୍ତି । ଏଥିରେ ନ୍ୟୁଜିଲାଣ୍ଡ, ଓ୍ୱେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ବିପକ୍ଷରେ କ୍ଲିନ୍ ସ୍ୱିପ୍ କରିଛନ୍ତି । ରୋହିତ ଇଲଂଣ୍ଡ ବିପକ୍ଷରେ ୧୪ ବଲରୁ ୫ ଚଉକା ସହ ୨୪ ରନ୍ କରିଥିଲେ । ଏହାସହ ରୋହିତ ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ଦ୍ରୁତ ରନ୍ କରିଥିବା ଭାରତୀୟ ଅଧିନାୟକ ହୋଇପାରିଛନ୍ତି । ଏହାସହ ସେ ବିରାଟଙ୍କ ରେକର୍ଡ ଭାଙ୍ଗିଛନ୍ତି । ରୋହିତ କେବଳ ୨୯ ପାଳିରେ ୧୦୦୦ ରନ୍ ପୂରଣ କରିଛନ୍ତି । ବିରାଟ କୋହଲିଙ୍କୁ ଏହି କାରନାମା କରିବାକୁ ୩୦ଟି ମ୍ୟାଚ୍ ଲାଗିଥିଲା ।   

Leave A Reply

Your email address will not be published.