ଦେଶରେ ବ୍ୟାନ୍ ହେବ ପେଟ୍ରୋଲ ଓ ଡିଜେଲ ବ୍ୟବହାର ! ବଡ ଦାବି କଲେ ନୀତିନ ଗଡକରୀ

ନୂଆଦିଲ୍ଲୀ ୦୯/୦୭:  ଦେଶ ମଧ୍ୟରେ ପେଟ୍ରୋଲ ଡିଜେଲ ବ୍ୟବହାର ଉପରେ ବ୍ୟାନ ଲଗାଯିବା କଥା ସାଧାରଣ ଲୋକଙ୍କ କଳ୍ପନା ବାହାରେ । ଆଉ ୫ ବର୍ଷରେ ପେଟ୍ରୋଲ, ଡିଜେଲ ବ୍ୟବହାର ବ୍ୟାନ ହେବ ଏବଂ ଦେଶ ମଧ୍ୟରେ ଏହାର ଆବଶ୍ୟକତା ରହିବ ନାହିଁ ବୋଲି କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରି କହିଛନ୍ତି । ଏପରି ହେବ କି ନାହିଁ ତାହା ସମୟ ହିଁ କହିବ । ମାତ୍ର ଯଦି ପେଟ୍ରୋଲ ଏବଂ ଡିଜେଲ ପରିବର୍ତ୍ତେ କୌଣସି ଶସ୍ତା ଇନ୍ଧନ ବିକଳ୍ପ ଲାଗୁ ହୁଏ ତାହା ଦେଶବାସୀଙ୍କ ଲାଗି ବଡ ଆଶ୍ୱସ୍ତି ହେବ ବୋଲି କୁହାଯାଉଛି ।ଗୁରୁବାର ଓକଲାସ୍ଥିତ ଡା.ପଞ୍ଜାମରାଓ ଦେଶମୁଖ କୃଷି ବିଶ୍ୱବିଦ୍ୟାଳୟର ୩୬ତମ ଦିକ୍ଷାନ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଡକରି ଆଗାମୀ ଦିନରେ ପେଟ୍ରୋଲ ଡିଜେଲ ଉପରେ ବ୍ୟାନ ଲାଗିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ବିଦର୍ଭରେ ଏବେ ବାୟୋ ଇଥାନଲର ବ୍ୟବହାର ହେଉଛି । ଗ୍ରୀନ ହାଇଡ୍ରୋଜେନ ଉତ୍ପାଦନ ସହଜ ହେବାକୁ ଯାଉଛି । ଏହାକୁ କିଲୋ ପିଛା ୭୦ ଟଙ୍କା ହିସାବରେ ବିକ୍ରି କରାଯାଇପାରିବ । ପରମ୍ପରାଗତ ଫସଲ ପରିବର୍ତ୍ତେ କୃଷକଙ୍କୁ ଅନ୍ନଦାତା ଏବଂ ଉର୍ଜାଦାତା ଭାବେ କାମ କରିବାଗୁ ଗଡକରି ଆହ୍ୱାନ ଜଣାଇଛନ୍ତି । ସେ ପୁଣି କହିଛନ୍ତି ଯେ, ଇଥାନଲ ନିଷ୍ପତ୍ତି ଯୋଗୁ ଦେଶକୁ ୨୦ ହଜାର କୋଟି ଟଙ୍କାର ଲାଭ ମିଳୁଛି । ଆଗାମୀ ଦିନରେ ୨ ଚକିଆ ଏବଂ ୪ ଚକିଆ ଯାନଗୁଡିକ ଗ୍ରୀନ ହାଇଡ୍ରୋଜେନ, ଇଥାନଲ ଏବଂ ସିଏନ୍‌ଜି ଭିତ୍ତିକ ହେବ ।

Leave A Reply

Your email address will not be published.