ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟା ଘଟଣା : ୮ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ୍ ଦାଖଲ

ଚାନ୍ଦବାଲି ୯।୭: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ଅପହରଣ ଓ ହତ୍ୟା ଘଟଣାରେ ଚାର୍ଜସିଟ୍ ଦାଖଲ ହୋଇଛି । ଶୁକ୍ରବାର କ୍ରାଇମବ୍ରାଞ୍ଚ ପକ୍ଷରୁ ଚାନ୍ଦବାଲି ଜେଏମଏଫସି କୋର୍ଟରେ ୮ ଜଣ ଅଭିଯୁକ୍ତଙ୍କ ନାଁରେ ୯୦୫ ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଛି । ସେଥିରେ ୩୪ ଜଣ ସାକ୍ଷୀ ରହିଛନ୍ତି । ଏହି ସାକ୍ଷୀଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି । ତେବେ କ୍ରାଇମବ୍ରାଞ୍ଚ ଡିଏସପି କଳ୍ପନା ସାହୁଙ୍କ ନେତୃତ୍ବରେ ୪ ଜଣିଆ ଟିମ୍ ଚାନ୍ଦବାଲି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲେ । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସହ ନିରଞ୍ଜନ ସେଠୀ, ଝୁନା ଭୋଇ, ପରମେଶ୍ବର ରାଉତ, ଭାଗ୍ୟଧର ନାୟକ, କୃଷ୍ଣଚନ୍ଦ୍ର ନାୟକ ଓ ନାବାଳକ ବିବେକ ନାୟକଙ୍କ ବିରୋଧରେ ଆଇପିସି ଦଫା ୩୦୨, ୩୬୦, ୩୬୩, ୩୬୪, ୪୬୫, ୪୭୧, ୨୦୧, ୨୧୨ ଓ ୩୪ରେ ମାମଲା ରୁଜୁ କରି କ୍ରାଇମବ୍ରାଞ୍ଚ ଚାର୍ଜଟିସ୍ ଦାଖଲ କରିଛି ।

Leave A Reply

Your email address will not be published.