୩ ଦିନିଆ କନ୍ଧମାଳ ଗସ୍ତରେ ସଂଖ୍ୟାଲଘୁ ରାଷ୍ଟ୍ରମନ୍ତ୍ରୀ, ବିଭିନ୍ନ ଉପାନ୍ତ ଗାଁ ବୁଲି କରୁଛନ୍ତି ସମୀକ୍ଷା

ବାଲିଗୁଡା ୦୯/୦୭: କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀଙ୍କ ତିନି ଦିନିଆ କନ୍ଧମାଳ ଗସ୍ତ । ଶୁକ୍ରବାର ଦିନ କନ୍ଧମାଳ ଜିଲ୍ଲାର କୋଟଗଡ ତୁମୁଡିବନ୍ଧ ଗ୍ରସ୍ତରେ ଯାଇ ବିଭିନ୍ନ ଉପାନ୍ତ ଗ୍ରାମ ଗସ୍ତ କରିଥିଲେ । ବିଭିନ୍ନ ଗାଁରେ ସଂଖ୍ୟାଲଘୁ ଲୋକଙ୍କ ସହ ବୈଠକ କରିଥିଲେ ସନ୍ଧ୍ୟାରେ ବାଲିଗୁଡା ଉପଜ଼ିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ କରେ ଯୋଗଦେଇଥିଲେ । କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ସମେତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଫିସରଙ୍କ ସହିତ ଆଲୋଚନା କରିଥିଲେ । ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ଜାତୀୟ ସ୍ୱାସ୍ଥ୍ୟ ମିଶନ, ଗ୍ରାମାଞ୍ଚଳ ପାନୀୟ ଜଳ ଯୋଗାଣ ଖାଉଟି, ଶିକ୍ଷା ଫସଲ ବୀମା, ଦୀନ ଦୟାଲ ଗ୍ରାମୀଣ ଯୋଜନା ଆଦିବାସୀ ଉନ୍ନୟନ ବିଭାଗ କୁଟିଆ କନ୍ଧ ଡେଭଲପମେଣ୍ଟ ଅଥରଟି ପ୍ରଧାନମନ୍ତ୍ରୀ କୃଷି ସଂଚାର ଯୋଜନା ଏବଂ ସଂଖ୍ୟା ଲଘୁଙ୍କ ନିମନ୍ତେ ଦିଆଯାଉଥିବା ସରକାରୀ ସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ବାଟମାରଣା ଓ ସଚେତନତା ଅଭାବରୁ କନ୍ଧମାଳରେ ପ୍ରକୃତ ହିତାଧିକାରୀଙ୍କ ପାଖରେ ସରକାରୀ ସୁବିଧା ପହଂଚି ପାରୁନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । କର୍ମନିଯୁକ୍ତି ଜିଲ୍ଲା ରେ ନଥିବାରୁ ଜିଲ୍ଲାର ଯୁବକ ଯୁବତୀ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ସରକାରୀ ପ୍ରକଳ୍ପ ମନେରଗାରେ ମଣିଷ ବଦଳେ ମେସିନ କାମ କରୁଛି ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଯୋଗୁଁ ପ୍ରକୃତ ହିତାଧିକାରୀ ଯୋଜନା ପାଇବାରେ ବଞ୍ଚିତ ହେଉଛନ୍ତି ।

Leave A Reply

Your email address will not be published.