ମାଂସ ତରକାରୀ ରନ୍ଧାକୁ ନେଇ ମହାଭାରତ, ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ

କରଞ୍ଜିଆ ୦୯/୦୭: ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ । ଏପରି ଦୁଃଖଦ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ସାଲେଇବେଡା ବିସ୍ଥାପିତ ବସ୍ତିରୁ । ଗତକାଲି ବିଳମ୍ବିତ ରାତିରେ ସ୍ୱାମୀ ଗିରିଶ ଦେହୁରୀ ଏବଂ ସ୍ତ୍ରୀ ଭୁଲି ଦେହୁରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ମାଂସ ତରକାରୀ ରନ୍ଧାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଗଣ୍ଡଗୋଳ ଏତେ ଭୟଙ୍କର ଥିଲା ଯେ ସ୍ତ୍ରୀ ଭୁଲିକୁ ଏକ ଲୁହା ପାଇପରେ ପିଟି ପିଟି ନିର୍ମମ ହତ୍ୟା କରିଥିଲା ଗିରିଶ । ଆଜି ସକାଳୁ ସକାଳୁ ଘଟଣା ଜଣା ପଡିବା ପରେ ଠାକୁରମୁଣ୍ଡା ଥାନା ପୋଲିସ ସ୍ତ୍ରୀ ହନ୍ତା ସ୍ୱାମୀ ଗିରିଶକୁ ଅଟକ ରଖି ପ୍ରାଥମିକ ତଦନ୍ତ କରୁଛି ପୋଲିସ ।

Leave A Reply

Your email address will not be published.