ବାଇକ୍ ଆରୋହୀଙ୍କ ଉପରେ ଖସିପଡିଲା କାର୍ବନ ଆନୋଡ୍ : ଜଣେ ମୃତ, ଜଣେ ଆହତ

ସମ୍ବଲପୁର ୧୧।୭: ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ସମ୍ବଲପୁର ଲରପଙ୍କ ନିକଟରେ ଦୁର୍ଘଟଣା ଘଟିଛି ।  ଟ୍ରକରୁ କାର୍ବନ ଆନୋଡ୍ ବ୍ଲକ୍ ଖସିପଡିବାରୁ ଚାପି ହୋଇ ଜଣଙ୍କର ମୃତ୍ୟୁ ଘଟିଛି ।  ସୂଚନାଯୋଗ୍ୟ ଯେ, ସମ୍ବଲପୁର ଲରପଙ୍କ ନିକଟରେ ଟ୍ରକ୍ ପଛ ପଟେ ଆସୁଥିବା ବାଇକ୍ ଆରୋହୀଙ୍କ ଉପରେ ଆନୋଡ୍ ବ୍ଲକ୍ ଖସିପଡିଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ବିନା ସୁରକ୍ଷାରେ ଏହି ଆନୋଡ ବ୍ଲକ୍ ଟ୍ରକ ଉପରେ ଲଦି ନିଆଯାଉଥିବା ବେଳେ ପଛପଟେ ବାଇକ୍ ଆରୋହୀ ଆସୁଥିଲେ । ଟ୍ରାନ୍ସପୋର୍ଟ ସଂସ୍ଥାର ଭୁଲ ଯୋଗୁଁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି | ମୃତକ ଜଣଙ୍କ କାଲୁପଡାର ଗୁଲାପ ଭୋଇ ବୋଲି ପ୍ରାଥମିକ ସୂଚନାରୁ ଜଣାପଡିଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.