ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଯାଇ ଯୁବକ ନିଖୋଜ, ଖୋଜାଖୋଜି ଜାରି

11/07/

gpkandhamal

ପୁରୀ ୧୧।୭: ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ। ଗଭୀର ସମୁଦ୍ରରେ ଭାସିଗଲେ ଜଣେ ଯୁବକ। ନିଖୋଜ ଯୁବକ ହେଲେ ଯାଜପୁର ଜିଲ୍ଲା ମାଳ ସାହି ଅଞ୍ଚଳର ଆୟୁଷ ଜେନା । ତାଙ୍କ ବୟସ ୧୬ ବର୍ଷ ବୋଲି ଜଣାପଡିଛି । ଆୟୁଷ ପରିବାର ସହ ଚୈତନ୍ୟ ଛକ ବେଳାଭୂମି ସେକ୍ଟର ୯ରେ ସ୍ନାନ କରୁଥିବା ବେଳେ ବୁଡି ଯାଇଥିଲେ । ଫଳରେ ସେ ନିଖୋଜ ହୋଇଯାଇଛନ୍ତି ।  ଅଗ୍ନିଶମ କର୍ମଚାରୀ ଓ ଲାଇଫ ଗାର୍ଡଙ୍କ ପକ୍ଷରୁ ଖୋଜାଖୋଜି ଜାରି ରହିଛି ।

Umasankar Adv
Leave A Reply

Your email address will not be published.