ବ୍ୟାଙ୍କ୍‌ରୁ ଟଙ୍କା ଉଠାଇ ଦୋକାନରେ ପାନ ଖାଇବା ବେଳେ ୨ ଲକ୍ଷ ଟଙ୍କା ଲୁଟ୍ ଘଟଣା : ୨ ଅଭିଯୁକ୍ତ ଗିରଫ

ସାଲେପୁର ୧୧।୭: ଜଗତପୁର ଥାନା ଗୋପୀନାଥପୁର ଷ୍ଟେଟ୍‌ ବ୍ୟାଙ୍କରୁ ଟଙ୍କା ଉଠାଇ ଗୋପୀନାଥପୁର ବଜାରରେ ପାନ ଦୋକାନରୁ ପାନ କିଣୁଥିବା ବେଳେ ୨ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ଦୁଇ ଲୁଟେରା ଗିରଫ । ଲୁଟେରାଙ୍କୁ ଗିରଫ କରିଛି ଜଗତପୁର ପୋଲିସ । ଲୁଟରେମାନେ ହେଲେ କେନ୍ଦ୍ରାପଡା ଅଂଚଳର ମନୋଜ ଦାସ, ଭଦ୍ରକ ଅଂଚଳର ରାମ ଦାସ । ସେମାନଙ୍କ ନିକଟରୁ ୨୯ ହଜାର ଟଙ୍କା, ୨ଟି ମୋବାଇଲ ଓ ଗୋଟିଏ ମଟରସାଇକେଲ ଜବତ  କରିଥିବା ନେଇ ଜଗତପୁର ପୋଲିସ ସୂଚନା ଦେଇଛି। ସୂଚନାଯୋଗ୍ୟ ଯେ, ଗୋପୀନାଥପୁର ଷ୍ଟେଟ ବ୍ୟାଙ୍କରୁ ରାମଚନ୍ଦ୍ର ରାଉତ ଗତ ମାସ ୨୧ ତାରିଖରେ ୨ ଲକ୍ଷ ଟଙ୍କା ଉଠାଇ ଗୋପୀନାଥପୁର ବଜାର ରାସ୍ତାପାର୍ଶ୍ଵ ପାନ ଦୋକାନରେ ସାଇକେଲ ରଖି ପାନ କିଣୁଥିଲେ । ସେହି ସମୟରେ ଦୁର୍ବୃତ୍ତମାନେ ବ୍ୟାଗ ସହ ୨ ଲକ୍ଷ ଟଙ୍କା, ଆଧାର କାର୍ଡ ଓ ପାସବୁକ୍ ଲୁଟି ନେଇଥିଲେ। ଏନେଇ ରାମଚନ୍ଦ୍ର ରାଉତ ପାଗା ଫାଣ୍ଡିରେ  ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତି କରି ବିଭିନ୍ନ ସ୍ଥାନରେ ଚଢାଉ କରି ୨ ଲୁଟେରାକୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ ୨୯ ହଜାର ଟଙ୍କା, ୨ଟି ମୋବାଇଲ ଓ ଗୋଟିଏ ମଟର ସାଇକେଲ ଜବତ କରି କୋର୍ଟ ଚାଲାଣ କରିଥିବା ନେଇ ଜଗତପୁର ପୋଲିସ ସୂଚନା ଦେଇଛି।

Leave A Reply

Your email address will not be published.