ଜଗନ୍ନାଥଙ୍କ ସର୍ବନିମ୍ନ ଏକ ଇଞ୍ଚର ମୂର୍ତ୍ତି ତିଆରି କଲେ ଯୁବକ

ବୌଦ୍ଧ, ୧୧/୦୭: ବିଭିନ୍ନ ସମୟରେ ବିଭିନ୍ନ ଚିତ୍ରଶିଳ୍ପୀ ହୁଅନ୍ତୁ କିମ୍ବା କଳାକାର ତାଙ୍କର ବିଭିନ୍ନ ପ୍ରତିଭାକୁ ପ୍ରତିପାଦିତ କରିବା ପାଇଁ କିଛି ନିଆରା କରିବାକୁ ଚେଷ୍ଟା କରିଥାନ୍ତି। ସେହିପରି ବୌଦ୍ଧ ଜିଲ୍ଲାର ଜଣେ ଚିତ୍ରଶିଳ୍ପୀ ମାଟିରେ ମାତ୍ର ଏକ ଇଞ୍ଚର ସର୍ବନିମ୍ନ ମୂର୍ତ୍ତି ତିଆରି କରି ଏବେ ବେଶ୍ ଚର୍ଚ୍ଚାରେ । ମାଟିରେ ତିଆରି ହୋଇଛି ପ୍ରଭୁ ଜଗନ୍ନାଥଙ୍କ ସର୍ବନିମ୍ନ ଏକ ଇଞ୍ଚର ମୂର୍ତ୍ତି। ଯାହାକୁ ଅତି ସୂକ୍ଷ୍ମ ଏବଂ ସୁନ୍ଦର ଭାବେ ତିଆରି କରିଛନ୍ତି ବୌଦ୍ଧ ଜିଲା ସଦର ବ୍ଲକ କମିରା ଗ୍ରାମର ବିଜୟ ସାହୁ । ଏହାକୁ ଦେଖିବାପାଇଁ ବିଭିନ୍ନ ସ୍ଥାନରୁ ଲୋକଙ୍କ ସୁଅ ଛୁଟିଛି ଏବଂ ଏହି ଶିଳ୍ପୀ ବିଜୟ ସାହୁଙ୍କ ପାଇଁ ଗ୍ରାମବାସୀ ମଧ୍ୟ ଗର୍ବ କରୁଛନ୍ତି । ପେଷାରେ ଜଣେ ମାଟି ତଥା ଚିତ୍ରଶିଳ୍ପୀ ହୋଇଥିବା ବିଜୟ ଗଣେଶ ପୂଜା, ସରସ୍ଵତୀ ପୂଜା କିମ୍ବା ଦଶହରାରେ ଏକ ଭିନ୍ନ ଢଙ୍ଗରେ ମୂର୍ତ୍ତି ତିଆରି କରି ଅଞ୍ଚଳରେ ବେଶ୍ ପ୍ରସଂଶା ମଧ୍ୟ ପାଇଥାନ୍ତି । ସେ ଏକା ଧାରରେ ଜଣେ କବି ମଧ୍ୟ । ପାଖାପାଖି ୨୦୦ରୁ ଉର୍ଦ୍ଧ୍ବ କବିତା ସେ ଲେଖିଛନ୍ତି । ବିଜୟଙ୍କ ଶିକ୍ଷକ ମଧ୍ୟ ନିଜ ଶିଷ୍ୟର ଏପରି ପ୍ରତିଭା ଦେଖି ଆଶ୍ଚର୍ଯ୍ୟ ଚକିତ ହେବା ସହିତ ଏହାକୁ ବେଶ ପ୍ରଶଂସା କରିଛନ୍ତି । ଏହି ଭଳି ପ୍ରତିଭାବାନ କଳାକାରଙ୍କୁ ସରକାରୀ ପ୍ରୋତ୍ସାହନ ଯୋଗାଇଦେଲେ ବିଜୟ ଆହୁରି ଅନେକ ସୁନ୍ଦର ପ୍ରତିଭାର ଅଧିକାରୀ ହୋଇପାରିବେ ବୋଲି ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.