ଓରମାସ ପକ୍ଷରୁ ତାଲିମ ଶିବିର


କନ୍ଧମାଳ : କନ୍ଧମାଳ ଜିଲ୍ଲା ଡୁମୁଡ଼ିବନ୍ଧ ବ୍ଲକରେ ଓରମାସ ପକ୍ଷରୁ ମହିଳା ଉତ୍ପାଦିକା ଗୋଷ୍ଠି ଯଥାକ୍ରମେ ଜୟ ଜଗନ୍ନାଥ ଉତ୍ପାଦିକା ଗୋଷ୍ଠି ଏବଂ ମା ଜଗତ ଜନନୀ ଉତ୍ପାଦିକା ଗୋଷ୍ଠିକୁ ତାଲିମ ଦିଆ ଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ସରପଂଚ ଶ୍ରୀମତୀ ସ୍ଵର୍ଣ୍ଣଲତା ମଳିକ ଓ ସମ୍ମାନିତ ଅତିଥି ରୂପେ ବି ପି ଏମ ଦାୟିତ୍ୱରେ ଥିବା ଶ୍ରୀଯୁକ୍ତ ପ୍ରେମାନନ୍ଦ ବଳିୟାର ସିଂ ଯୋଗଦେଇ ଗୋଷ୍ଠି ସଭ୍ୟ ମାନଙ୍କୁ ଉତ୍ସହାହିତ କରିଥିଲେ । ଏବଂ ଓରମାସର ଜିଲ୍ଲା ସ୍ଥରୀୟ ତାଲିମ ଦାତା ଦ୍ବୟ ବହୁ ଉପାଦେୟ ତଥ୍ୟ ଯଥାକ୍ରମେ ଉପାଦାନର ଗଠନ ପ୍ରଂଳାଳୀ ନେତୃତ୍ୱ ଅର୍ଥାତ ଗୋଷ୍ଠିରେ ଥିବା ଉଦ୍ୟୋଗ ମିତ୍ର , ସଭନେତ୍ରୀ ଓ ସମ୍ପାଦିକଙ୍କ ଦାଇତ୍ୱ ଓ କର୍ତ୍ତବ୍ୟର ସମ୍ବନ୍ଧରେ ସଚେତନ କରିବା ସହ ସଫଳତାର ମନ୍ତ୍ର ପ୍ରଦାନ କରିଥିଲେ । ତାସହ କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ସି ଆର ପି , ଏ ମ ବି କେ ଓ ଉଦ୍ୟୋଗ ମିତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ ।

Leave A Reply

Your email address will not be published.